ନିଜର ପ୍ରଥମ ୱେବସିରିଜ୍ର ବିଷୟରେ କହିଲେ ଅକ୍ଷୟ କୁମାର
ନୂଆଦିଲ୍ଲୀ : ବଲିଉଡ୍ ଖିଲାଡି ବଏ ଅକ୍ଷୟ କୁମାର ତାଙ୍କ ଦୁଇ ଅପ୍କମିଂ ପ୍ରୋଜେକ୍ଟ ବିଷୟରେ ଚର୍ଚ୍ଚା କରିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ଅକ୍ଷୟ କହିଛନ୍ତି, ସେ ଏବେ ଦୁଇଟି ପ୍ରୋଜେକ୍ଟରେ କାମ କରୁଛନ୍ତି। ସେଥିରୁ ଗୋଟିଏ ସାଇନ୍ସ ଫିକ୍ସନ ୱେବସିରିଜ୍ ଏବଂ ଅନ୍ୟଟି ସେକ୍ସ ଏଜୁକେଶନ ଉପରେ ଆଧାରିତ ଏକ ଫିଲ୍ମ। ଦର୍ଶକ ଅପେକ୍ଷା କରିଥିବା ତାଙ୍କର ଏହି ୱେବସିରିଜ୍ର ନାମ ‘ଦି ଏଣ୍ଡ୍’ ରହିଛି। ତେବେ ଆଗକୁ ଏହାର ନାମ ବଦଳାଯିବ। ଦୁଇଟିଯାକର ସ୍କ୍ରିପ୍ଟ କାମ ଶେଷ ହୋଇଛି। ଖୁବଶୀଘ୍ର ଏହାର ଶୁଟିଂ ଆରମ୍ଭ ହେବ।
ପ୍ରଥମ ଥର ପାଇଁ ଅକ୍ଷୟ କୁମାରଙ୍କୁ କୌଣସି ୱେବସିରିଜରେ ଦେଖିବାକୁ ମିଳିବ। ସାଇନ୍ସ ଫିକ୍ସନ ୱେବସିରିଜ୍ରେ ଆକ୍ସନ ଡ୍ରାମା ମଧ୍ୟ ଦେଖିବାକୁ ମିଳିବ। ସେହିପରି ସେକ୍ସ ଏଜୁକେଶନ ଭଳି ସାମାଜିକ ଫିଲ୍ମ କରିବା ତାଙ୍କର ପସନ୍ଦ ବୋଲି ଅକ୍ଷୟ କହିଛନ୍ତି। ଏହା ଅନେକ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିପାରିବ। ଏହାକୁ ଲୋକଙ୍କ ନିକଟରେ ଅଧିକ ଆଦୃତ କରିବା ପାଇଁ ସେଥିରେ କମେଡି, ଡ୍ରାମା, ଟ୍ରାଜେଡି ସହ ସଙ୍ଗୀତ ମଧ୍ୟ ରଖାଯାଇଥାଏ ବୋଲି ସେ ପ୍ରକାଶ କରିଛନ୍ତି । ତେବେ ଏହି ଫିଲ୍ମର ଟାଇଟଲ କ’ଣ ରହିବ ଏବଂ କିଏ ଏହାର ନିର୍ଦ୍ଦେଶନା ଦେବେ ତାହାଉପରେ ଅକ୍ଷୟ କିଛି କହିନାହାନ୍ତି । ଆସନ୍ତା ବର୍ଷ ମେ କିମ୍ବା ଏପ୍ରିଲରେ ଫିଲ୍ମ ରିଲିଜ ହେବ ବୋଲି ଅକ୍ଷୟ ଆଶା ରଖିଛନ୍ତି। ଏହା ତାଙ୍କର ସବୁଠୁ ଭଲ ଫିଲ୍ମ ମଧ୍ୟରୁ ଗୋଟିଏ ହେବ ବୋଲି ସେ କହିଛନ୍ତି ।