ବଞ୍ଚିଛନ୍ତି ଅଲ କାଏଦା ମୁଖ୍ୟ ଅଲ୍ ଜବାହିରି

0

ନୂଆଦିଲ୍ଲୀ: ୫ ମାସ ତଳେ ଡ୍ରୋନ୍ ଆକ୍ରମଣ କରି ଅଲ କାଏଦା ମୁଖ୍ୟ ଅଲ୍ ଜବାହିରିକୁ ହତ୍ୟା କରିଥିଲା ଆମେରିକା। ଏନେଇ ପେଣ୍ଟାଗନ୍ ପକ୍ଷରୁ ଦାବି କରାଯାଇଥିଲା। ଏବେ ଆତଙ୍କବାଦୀ ସଙ୍ଗଠନ ଅଲକାଏଦା ପକ୍ଷରୁ ଏକ ଭିଡିଓ ଜାରି କରାଯାଇଛି। ଯେଉଁଥିରେ ଅଲ ଜବାହିରି ଜୀବିତ ଥିବା ଦାବି କରିଛି ସଙ୍ଗଠନ। ତେବେ ଏହି ଭିଡିଓଟି କେବେକାର ତାହା ସ୍ପଷ୍ଟ ହୋଇନାହିଁ । ତଥାପି ଭିଡିଓ ସାମ୍ନାକୁ ଆସିବା ପରେ ଜବାହିରି ଜୀବିତ ଥିବା ନେଇ ଜୋରଦାର ଚର୍ଚ୍ଚା ଚାଲିଛି।

ରଏଟର୍ସ ତରଫରୁ ମିଳିଥିବା ସୂଚନା ମୁତାବକ, ଶୁକ୍ରବାର ଅଲ କାଏଦା ସଙ୍ଗଠନ ଏକ ୩୫ ମିନିଟ୍‌ର ଭିିଡିଓ ଜାରି କରିଛି। ଏଥିରେ ଅୟମାନ ଅଲ ଜବାହିରିର ସ୍ୱର ଶୁଣିବାକୁ ମିଳିଛି। ତେବେ ଏହି ଭିଡିଓ ରେକର୍ଡିଂ କେବେ କରାଯାଇଥିଲା ସେନେଇ କିଛି ସ୍ପଷ୍ଟ ହୋଇନାହିଁ।

Leave A Reply

Your email address will not be published.