ନବୀନ ନିବାସ ଯାଇ ଆଶୀର୍ବାଦ ନେଲେ ଅଳକା

0

ଭୁବନେଶ୍ୱର(ଆମ ଟିଭି): ବ୍ରଜରାଜନଗର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ବଡ଼ ବ୍ୟବଧାନରେ ବିଜୟ ଲାଭ କରିବା ପରେ ଗତକାଲି ସଂଧ୍ୟାରେ ନବୀନ ନିବାସ ଯାଇ ସପରିବାର ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ପୁଅ ସଂଗ୍ରାମ ମହାନ୍ତି ଓ ଝିଅ ସହ ଅଳକା ନବୀନଙ୍କ ଆଶୀର୍ବାଦ ନେଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଅଳକାଙ୍କୁ କହିଛନ୍ତି ବ୍ରଜରାଜନଗର ବାସୀ ଆମକୁ ସମର୍ଥନରେ ଅବହେଳା କରିନାହାନ୍ତି ତେଣୁ ଆମେ ମଧ୍ୟ ସେମାନଙ୍କ ସେବା କରିବାରେ ଅବହେଳା କରିବା ନାହିଁ । ନିଜ ନିର୍ବାଚନମଣ୍ଡଳୀର ସର୍ବାଙ୍ଗୀନ ବିକାଶ ସହିତ ସରକାରଙ୍କ ଯୋଜନା କିଭଳି ଘରେ ଘରେ ପହଂଚି ପାରିବ ସେନେଇ ଅଳକାଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ନବୀନ ।

ନବୀନ ନିବାସରୁ ଫେରିବା ପରେ ଅଳକା ବେଶ୍ ଖୁସିବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସହ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି । ମୋ ସ୍ୱାମୀ ସ୍ୱର୍ଗତ କିଶୋର ମହାନ୍ତି ବିଜରାଜନଗର ନିର୍ବାଚନ ମଣ୍ଡଳୀକୁ ଏକ ନମ୍ବର କରିବା ଦିଗରେ ଯେଉଁ ସ୍ୱପ୍ନମାନ ଦେଖିଥିଲେ ସେ ଦିଗରେ ମୁଁ କାମକରି ତାଙ୍କ ସ୍ୱପ୍ନକୁ ସାକାର କରିବି ।

Leave A Reply

Your email address will not be published.