ପେପରଲେସ୍ ହେବ ରାଜ୍ୟର ସମସ୍ତ କଲେଜ ଓ ୟୁନିଭରସିଟି
ଭୁବନେଶ୍ୱର (ଆମ ଟିଭି): ଏଣିକି ସବୁ କାର୍ଯ୍ୟ ବିନା ପେପରରେ ହେବ । ଖୁବଶୀଘ୍ର ରାଜ୍ୟର ସମସ୍ତ ୟୁନିଭରସିଟି ଓ ଅଟୋନମସ୍ କଲେଜଗୁଡ଼ିକ ପେପରଲେସ୍ ହେବ । ରାଜ୍ୟ ସରକାର ଏହାର କାର୍ୟ୍ୟକାରିତା ନେଇ ସମଥ ଇ-ଗଭ୍ ପୋର୍ଟାଲ ଲଞ୍ଚ କରିବେ । ଶିକ୍ଷା ମନ୍ତ୍ରଣାଳୟର ଏହି ପଦକ୍ଷେପ ମାଧ୍ୟମରେ ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ସମ୍ପୂର୍ଣ୍ଣ ଅଟୋମେସନ ପ୍ରକ୍ରିୟା ଆରମ୍ଭ ହେବ ।
ତେବେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅନୁଯାୟୀ, ଏନେଇ ଏକ ରିସୋର୍ସ ପ୍ଲାନିଂ ସଫ୍ଟୱେର ଲଞ୍ଚ କରାଯାଇ ତାହା ୧୨ଟି ପବ୍ଲିକ ୟୁନିଭରସିଟି ଓ ୩୨ଟି ଅନୋନମସ କଲେଜରେ କାର୍ୟ୍ୟକାରୀ କରାଯିବ । ଏହାଫଳରେ ରାଜ୍ୟର ଏହି ସମସ୍ତ ଶିକ୍ଷାନୁଷ୍ଠାନମାନଙ୍କରେ ପୂର୍ବାପେକ୍ଷା ଅଧିକ ସୂଚନା ପରିଚାଳନା କରାଯାଇପାରିବ । ଏନେଇ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଦିଲ୍ଲୀ ୟୁନିଭରସିଟି ବୁଝାମଣା କରାଯାଇଛି । ଉଚ୍ଚ ଶିକ୍ଷା ବିଭାଗର ଏହି ନିଷ୍ପତ୍ତିକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଉଛି ।