ଫେବ୍ରୁଆରୀ ୧୨ରେ ବିଧାନସଭା ସର୍ବଦଳୀୟ ବୈଠକ । ୧୭ରୁ ବଜେଟ୍ ଅଧିବେଶନ ।
ଫେବୃଆରୀ ୧୭ ତାରିଖରୁ ଆରମ୍ଭ ହେବ ବଜେଟ ଅଧିବେଶନ । ଏହାପୂର୍ବରୁ ୧୨ ତାରିଖରେ ବସିବ ସର୍ବଦଳୀୟ ବୈଠକ । ଏହି ବୈଠକରେ ଉଭୟ ସରକାରୀ ଓ ବିରୋଧୀ ଦଳ ବିଧାୟକ ଯୋଗ ଦେଇ ଆଗତ ହେବାକୁ ଥିବା ବଜେଟ୍କୁ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବେ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ । ଏଥିର ବଜେଟ୍ରେ କାହା ପାଇଁ କଣ ରହିବ ତାହାରି ଉପରେ ରହିଛି ସଭିଙ୍କ ନଜର । ଫେବୃଆରୀ ୧ ତାରିଖରେ ସଂସଦରେ ବଜେଟ୍ ଉପସ୍ଥାପନ କରିଥିଲେ କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ ।
୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ସଂସଦରେ ଆଗତ ହୋଇଛି ବଜେଟ। ଫୋକସରେ ମଧ୍ୟବିତ୍ତ, ମହିଳା ଓ ଯୁବବର୍ଗ। ସବୁ ବର୍ଗକୁ ଖୁସି କରିବା ସହ ମୁଦ୍ରାସ୍ଫିତିକୁ ନିୟନ୍ତ୍ରଣରେ ରଖିବା ପାଇଁ, ଚଳିତ ବଜେଟରେ ଅନେକ ସାମଗ୍ରୀ ଉପରୁ ଟିକସ ଛାଡ଼ ନେଇ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଯାହାଫଳରେ ବିଦ୍ୟୁତ ଚାଳିତ ଗାଡ଼ି, ଟିଭି ଭଳି ସାମଗ୍ରୀ ଶସ୍ତା ହେବ। ତେବେ ଆଉ କିଛି ଜିନିଷ ଉପରେ ଅଧିକ ଟିକସ ଲାଗୁ ଯୋଗୁଁ, ମହଙ୍ଗା ହେବ?