ନୂଆଦିଲ୍ଲୀ (ଆମ ଟିଭି): ଦିଲ୍ଲୀରେ ସବୁ ସ୍କୁଲ ଛୁଟି । ଦିଲ୍ଲୀର ସମସ୍ତ ବିଦ୍ୟାଳୟରେ ଚଳିତ ବର୍ଷର ଶୀତ ଛୁଟି ଘୋଷଣା କରି ଦିଆଯାଇଛି। ୨୦୨୪ ଜାନୁୟାରୀ ୧ରୁ ଶୀତ ଛୁଟି ଆରମ୍ଭ ହୋଇ ୬ ତାରିଖରେ ଶେଷ ହେବ। ଏଥର କେବଳ ୬ ଦିନ ପାଇଁ ଶୀତ ଛୁଟି ଦିଆଯାଇଛି। ପୂର୍ବ ବର୍ଷ ତୁଳନାରେ ଏଥର ଛୁଟି କମ୍ ରହିଛି। ଦିଲ୍ଲୀ ସରକାର ବୁଧବାର ଶୀତଦିନିଆ ଛୁଟି ସମ୍ପର୍କରେ ଆଡ୍ଭାଇଜରୀ ଜାରି କରିଛନ୍ତି।
ଏହା ପୂର୍ବରୁ ନଭେମ୍ବର ମାସରେ ପ୍ରଦୂଷଣ ହେତୁ କିଛି ଦିନ ଆଗରୁ ଶୀତ ଛୁଟି ବ୍ୟବହାର ହୋଇସାରିଛି। ପ୍ରଦୂଷଣ କାରଣରୁ ନଭେମ୍ବର ୯ରୁ ୧୮ ପର୍ଯ୍ୟନ୍ତ ଦିଲ୍ଲୀରେ ସ୍କୁଲ ବନ୍ଦ ରହିଥିଲା ଏବଂ ଏହାକୁ ଶୀତକାଳୀନ ଛୁଟିରେ ଆଡ୍ଜଷ୍ଟ କରିବାକୁ ଆଦେଶ ଦିଆଯାଇଥିଲା। ବର୍ତ୍ତମାନ ଜାନୁଆରୀ ୧ରୁ ୬ ପର୍ଯ୍ୟନ୍ତ ଦିଲ୍ଲୀର ସମସ୍ତ ବିଦ୍ୟାଳୟ ବନ୍ଦ ରହିବ।