ବାବ୍ରି ମସଜିଦ ଓ ଗୁଜରାଟ ଦଙ୍ଗା ସହ ଜଡିତ ସମସ୍ତ ମାମଲାରେ ପଡିଲା ପୂର୍ଣ୍ଣଛେଦ

0

ନୂଆଦିଲ୍ଲୀ(ଆମ ଟିଭି): ବହୁ ଚର୍ଚ୍ଚିତ ବାବ୍ରି ମସଜିଦ ଓ ଗୁଜରାଟ ଦଙ୍ଗା ସହ ଜଡିତ ସମସ୍ତ ମାମଲାରେ ପଡିଲା ପୂର୍ଣ୍ଣଛେଦ। ଏନେଇ ଆଜି ବଡ ନିଷ୍ପତ୍ତି ନେଇଛନ୍ତି ସୁପ୍ରିମକୋର୍ଟ। ବାବ୍ରି ମସଜିଦ ଭାଙ୍ଗିବା ଏବଂ ଗୁଜୁରାଟ ଦଙ୍ଗା ସହ ଜଡିତ ସମସ୍ତ ମାମଲାକୁ ବନ୍ଦ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କେର୍ଟ କହିଛନ୍ତି ଯେ ଗୁଜୁରାଟ ଦଙ୍ଗା ମାମଲାରେ ଦାଖଲ ହୋଇଥିବା ଅନେକ ପିଟିସନର ବର୍ତ୍ତମାନ କୌଣସି ଅର୍ଥ ନାହିଁ। ତେଣୁ ଏହାଉପରେ କାର୍ଯ୍ୟାନୁଷ୍ଠାନ ବନ୍ଦ କରାଯାଉ।

ସୂଚନାଯୋଗ୍ୟ, ୧୯୯୧ରେ ପିଟିସନ୍‌ ଏବଂ ୧୯୯୨ରେ ଅଦାଲତ ଅବମାନନା ଦାଏର କରିଥିବା ମହମ୍ମଦ ଅସଲମ୍‌ ଭୁରେଙ୍କର ୨୦୧୦ରେ ମୃତ୍ୟୁ ହୋଇଯାଇଛି। ଏହାଛଡ଼ା, ପିଟିସନ୍‌ ଦାଏରକାରୀଙ୍କ ପ୍ରତିବଦଳରେ ଜଣେ ଆମିକସ୍‌ କ୍ୟୁରିଙ୍କୁ ଉକ୍ତ ମାମଲାର ପ୍ରତିନିଧିତ୍ବ କରିବା ଲାଗି ଅନୁମତି ଦେବା ପାଇଁ ଆଡ୍‌ଭୋକେଟ୍‌ ଏମ୍. ଏମ୍. କଶ୍ୟପ କରିଥିବା ଆବେଦନକୁ ମଧ୍ୟ ଅଦାଲତ ଖାରଜ କରିଛନ୍ତି। ସୁପ୍ରିମ୍‌ କୋର୍ଟ ମଧ୍ୟ କହିଲେ ଯେ, ସୁପ୍ରିମ୍‌ କୋର୍ଟଙ୍କ ଆଦେଶକୁ ଉଲ୍ଲଂଘନ କରି ୧୯୯୨ରେ ମସ୍‌ଜିଦ୍‌ ଭଙ୍ଗାଯାଇଥିଲା। ୧୯୪୯ରେ ପ୍ରତିମା ସ୍ଥାପନ କରି ମସ୍‌ଜିଦ୍‌କୁ ଅପବିତ୍ର କରିବା ଏବଂ ମସ୍‌ଜିଦ୍‌କୁ ଭାଙ୍ଗିବା ମଧ୍ୟ ଆଇନର ବିରୁଦ୍ଧାଚରଣ କରୁଛି। କିନ୍ତୁ, ସେ ଯାହାହେଉ, ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ଥିବା ଅଯୋଧ୍ୟା ଜମି ବିବାଦକୁ ୨୦୧୯ ନଭେମ୍ବର ୯ରେ ସମାଧାନ କରାଯାଇଥିବାରୁ ବାବ୍ରି ମସ୍‌ଜିଦ୍‌ ଭଙ୍ଗାଯିବା ସଂକ୍ରାନ୍ତ ସମସ୍ତ ମାମଲାକୁ ଆଜି ସୁପ୍ରିମ୍‌ କୋର୍ଟ ବନ୍ଦ କରିଦେଇଛନ୍ତି।

Leave A Reply

Your email address will not be published.