ନୂଆ ରୂପ ପାଇବ ରାଜଧାନୀ ଭୁବନେଶ୍ବରର ସବୁ ଶ୍ମଶାନ

0

ଭୁବନେଶ୍ବର (ଆମ ଟିଭି): ନୂଆ ରୂପ ପାଇବ ଶ୍ମଶାନ ।ରାଜଧାନୀ ଭୁବନେଶ୍ବରରେ ବଦଳିବ ଶ୍ମଶାନର ରୂପରେଖ । ରୂପାନ୍ତରଣ ହେବ ସବୁ ଶ୍ମଶାନ। ଏହି କ୍ରମରେ ସତ୍ୟନଗର ଶ୍ମଶାନର ଚିତ୍ର ବଦଳିବ । ପାରମ୍ପରିକ ଓ ଗ୍ୟାସ ଚୁଲାରେ ଶବଦାହ ପାଇଁ ବ୍ୟବସ୍ଥା କରିବ ବିଏମସି । ଆଜି ଏନେଇ ସତ୍ୟନଗର ଶ୍ମଶାନରେ ବିଧାୟକ ଅନନ୍ତ ନାରାୟଣ ଜେନା ଓ ମେୟର ସୁଲୋଚନା ଦାଶ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

୨ କୋଟି ୩୪ ଲକ୍ଷ ଟଙ୍କା ବ୍ୟୟରେ ପୁନରୁଦ୍ଧାର ନେଇ ଯୋଜନା କରିଛି ବିଏମସି । ଲୋକେ କିପରି ଆନୁଷଙ୍ଗିକ ସୁବିଧା ସୁଯୋଗ ପାଇପାରିବେ ସେନେଇ ନୂଆ ପ୍ଲାନ କରାଯାଇଛି । ଏହା ସହ କବର ସ୍ଥାନର ମଧ୍ୟ ନବୀକରଣ କରାଯିବ । ପୁରୀ ସ୍ବର୍ଗହଦ୍ବାର ପରି ବଦଳିବ ସତ୍ୟନଗର ଶ୍ମଶାନର ରୂପରେଖ । ରୂପାନ୍ତରଣ ପାଇଁ ବିଏମସିର ମାଷ୍ଟରପ୍ଳାନ । ନୂଆରୂପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ।

Leave A Reply

Your email address will not be published.