ପୁଣି ବାଦ ପଡ଼ିଲା ଓଡ଼ିଶାର ପ୍ରଜ୍ଞାପନ ମେଢ

0

ଭୁବନେଶ୍ୱର : ଏବର୍ଷ ବି ଗଣତନ୍ତ୍ର ଦିବସ ପରେଡ୍ ବେଳେ ଦିଲ୍ଲୀରେ ଗଡ଼ିବନି ଓଡ଼ିଶାର ପ୍ରଜ୍ଞାପନ ମେଢ। ଭାରତ ସରକାରଙ୍କ ପକ୍ଷରୁ ୧୬ ରାଜ୍ୟର ପ୍ରଜ୍ଞାପନ ମେଢ଼କୁ ଅନୁମତି ମିଳିଛି। ଏହି ୧୬ ଟିକିଆ ତାଲିକାରେ ଓଡ଼ିଶାର ନାଁ ନାହିଁ। ଭାରତ ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ ପାଇଥିବା ପ୍ରଜ୍ଞାପନ ମେଢ଼ ବାବଦ ଚିଠିରେ ଓଡ଼ିଶାର ନାଁ ନାହିଁ।

ଓଡ଼ିଶା ପକ୍ଷରୁ ଦୁଇଟି ମଡେଲ୍ ପ୍ରଜ୍ଞାପନ ମେଢରେ ପାଇଁ ସ୍ଥାନ ଦେବାକୁ ପଠାଯାଇଥିଲା। ଏହି ଦୁଇ ମଡେଲ୍ ହେଲା ଶ୍ରୀଜଗନ୍ନାଥ ମନ୍ଦିର ଓ ମୁକ୍ତେଶ୍ୱର ମନ୍ଦିର। ତେବେ ଭାରତ ସରକାରଙ୍କ ଚୂଡ଼ାନ୍ତ ତାଲିକାରେ ଓଡ଼ିଶାର ଦୁଇଟି ଯାକ ମଡେଲକୁ ସ୍ଥାନ ଦିଆଯାଇନାହିଁ।

Leave A Reply

Your email address will not be published.