ଏଣିକି PDS ଚାଉଳ ହିତାଧିକାରୀଙ୍କୁ ମିଳିବ ଭିଟାମିନଯୁକ୍ତ ଚାଉଳ
ଭୁବନେଶ୍ୱର(ଆମ ଟିଭି): PDS ଚାଉଳ ହିତାଧିକାରୀଙ୍କ ପାଇଁ ଖୁସି ଖବର। ଏଣିକି ସର୍ବସାଧାରଣ ବଣ୍ଟନ ବ୍ୟବସ୍ଥାରେ ହିତାଧିକାରୀଙ୍କୁ ଭିଟାମିନଯୁକ୍ତ ଚାଉଳ ମିଳିବ । ପୂର୍ବରୁ ସମ୍ବଲପୁର, ବରଗଡ଼ ପରି ଜିଲ୍ଲାରେ ଏହି ପିଡିଏସ୍ ଚାଉଳ ବଣ୍ଟନ ହୋଇ ଆସୁଥିବା ବେଳେ ଏବେ କଟକ ସମେତ ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ଏହା ବଣ୍ଟନ କରାଯିବ । ଆସନ୍ତା ବର୍ଷ ଏପ୍ରିଲ ମାସରୁ ଏହି ଚାଉଳ ବଣ୍ଟନ କରାଯିବ।
ଏହି ଭିଟାମିନଯୁକ୍ତ ଚାଉଳ ଗର୍ଭବତୀ, ଅପପୁଷ୍ଟିର ଶିକାର ହୋଇଥିବା ପିଲା ଓ ବୟସ୍କ ବ୍ୟକ୍ତିଙ୍କୁ ଆବଶ୍ୟକ ମାତ୍ରାରେ ପୋଷଣ ଯୋଗାଇବ । ପ୍ରତ୍ୟେକ ୯୯ କେଜି ପିଡିଏସ ଚାଉଳରେ କୃତ୍ରିମ ଭାବେ ପ୍ରସ୍ତୁତ ଭିଟାମିନଯୁକ୍ତ ଚାଉଳକୁ ମିଶ୍ରଣ କରାଯିବ । ପ୍ରତି ୫୦ କେଜିଆ ପ୍ୟାକେଟରେ ଏହି ଭିଟାମିନଯୁକ୍ତ ଚାଉଳରୁ ୫୦୦ ଗ୍ରାମ ମିଶାଯିବ ବୋଲି ସ୍ଥିର ହୋଇଛି ।