ଏଣିକି ମହିଳା ସରକାରୀ କର୍ମଚାରୀଙ୍କୁ ମିଳିବ ବାର୍ଷିକ ୧୦ ଦିନ ଅଧିକ ସାମୟିକ ଛୁଟି

0

ଭୁବନେଶ୍ୱର (ଆମ ଟିଭି ): ମହିଳା ସରକାରୀ କର୍ମଚାରୀଙ୍କ ପାଇଁ ଖୁସିଖବର । ଏଣିକି ମହିଳା ସରକାରୀ କର୍ମଚାରୀଙ୍କୁ ମିଳିବ ବାର୍ଷିକ ୧୦ ଦିନ ଅଧିକ ସାମୟିକ ଛୁଟି । ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟକରୁଥିବା ମହିଳା କର୍ମଚାରୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାର୍ଷିକ ୨୫ ଦିନର ସାମୟିକ ଛୁଟି ଘୋଷଣା କରିଛନ୍ତି।

ସରକାରୀ କର୍ମଚାରୀମାନଙ୍କ ପାଇଁ ସାଧାରଣତଃ ବର୍ଷକୁ ୧୫ ଦିନର ସାମୟିକ ଛୁଟି ଦିଆଯାଉଥିବା ବେଳେ ମହିଳା ସରକାରୀ କର୍ମଚାରୀମାନଙ୍କ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ଆଉ ଅଧିକ ୧୦ ଦିନର ଛୁଟି ଘୋଷଣା କରିଛନ୍ତି। ଏହା ଫଳରେ ସରକାରୀ ମହିଳା କର୍ମଚାରୀମାନେ ବର୍ଷକୁ ୨୫ ଦିନର ସାମୟିକ ଛୁଟି ପାଇପାରିବେ । ମହିଳାମାନଙ୍କ ପାରିବାରିକ ଦାୟିତ୍ୱ ଓ ବିଭିନ୍ନ ସମସ୍ୟାକୁ ଆଖି ଆଗରେ ରଖି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏହାପୂର୍ବରୁ ୯୦ ଦଶକରେ ମହିଳାମାନଙ୍କ ପାଇଁ ସରକାରୀ ଚାକିରିରେ ୩୩% ସ୍ଥାନ ସଂରକ୍ଷଣ ଭଳି ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିବାରେ ଓଡିଶା ଥିଲା ଦେଶର ପ୍ରଥମ ରାଜ୍ୟ।

 

Leave A Reply

Your email address will not be published.