ଭୁବନେଶ୍ବର (ଆମ ଟିଭି): ଗଙ୍ଗପଡ଼ା ସ୍ଥିତ ଗିଫ୍ଟ ସ୍ଵୟଂ ଶାସିତ କଲେଜରେ ୧୫ତମ ଆଲୁମିନି ମିଟ୍ ଗାମେକ୍ସ – ୨୦୨୫ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବେଙ୍ଗାଲୁର, ଦିଲ୍ଲୀ, ମୁମ୍ବାଇ, ନାଗପୁର, ହାଇଦ୍ରାବାଦ, କୋଲକାତା, ଚେନ୍ନାଇ ଓ ଭୁବନେଶ୍ଵରର ବିଭିନ୍ନ ସେକ୍ଟରରେ ନିଯୁକ୍ତି ପାଇଥବା ଗିଫ୍ଟୟାନମାନେ ଯୋଗ ଦେଇଥିଲେ ।
ଏହି ସମାରୋହରେ ଗିଫ୍ଟର ଭାଇସ ଚେୟାରମ୍ୟାନ ଡଃ. ପତିତପାବନ ପଣ୍ଡା, ଅଧ୍ୟକ୍ଷ ଡଃ ତ୍ରିଲୋଚନ ସାହୁ, ଓଏସଡି ଇଂ ସମୀର ରଞ୍ଜନ ପଣ୍ଡା, ଷ୍ଟୁଡେଟ ୱେଲଫେୟାର ପ୍ର. ସୌମେନ୍ଦ୍ର ବେହେରା, କାର୍ଯ୍ୟକ୍ରମର ଉପଦେଷ୍ଟା ପ୍ରଫେସର ସୁଚିତ୍ରା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ପ୍ରଫେସର ଜଗନ୍ନାଥ ରାୟ ପରିଚାଳନା କରିଥିବା ବେଳେ ପ୍ରଫେସର ସୁଚିତ୍ରା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।