‘ଆମ ଟିଭି ମ୍ୟୁଜିକ’ର ନୂଆ ମ୍ୟୁଜିକ ଭିଡିଓ ‘ମନ ହଜିଯାଇଛି’

0

ଭୁବନେଶ୍ୱର(ଆମ ଟିଭି): ଆମଟିଭି ମ୍ୟୁଜିକର ‘ଛାଁ କୁ ଛାଁ ଓ ‘ଜହ୍ନ ଗୋଟେ ମିଠା ବିସ୍କୁଟ’ର ଅପୂର୍ବ ସଫଳତା ପରେ ଏବେ ପୁଣି ଏକ ନୂଆ ମ୍ୟୁଜିକ ଭିଡିଓ ପ୍ରସ୍ତୁତ କରିଛି ଆମଟିଭି ‘ମ୍ୟୁଜିକ ମନ ହଜି ଯାଇଛି’। ଏଥିରେ ନାୟିକା ସସ୍ମିତା ପଣ୍ଡାଙ୍କ ସହ ବଡିବିଲ୍ଡିଂରେ କ୍ୟାରିୟର ଆରମ୍ଭ କରିଥିବା ବ୍ରହ୍ମପୁରର ଏସ . ଅଜିତ କୁମାର ପାତ୍ର ଅଭିନୟ କରିଛନ୍ତି । ବର୍ତ୍ତମାନ ଗ୍ଲାମର ଦୁନିଆରେ ପାଦ ଦେଇଛନ୍ତି ଅଜିତ । ଏହି ଭିଡିଓଟି ଦୁହିଁଙ୍କ ସୁନ୍ଦର ଅଭିନୟ ସହ ୱାନ ସାଇଡ ଲଭ ଷ୍ଟୋରୀ ଆଧାରିତ ।

‘ଆମ ଟିଭି ମ୍ୟୁଜିକ’ ଦ୍ୱାରା ଭୁବନେଶ୍ୱରରେ ଆଲବମଟି ସମ୍ପୂର୍ଣ୍ଣ ଭାବେ ସୁଟିଂ କରାଯାଇଛି । ମ୍ୟୁଜିକରେ ଅଜିତ ଜିମ ପ୍ରଶିକ୍ଷକ ଭୂମିକାରେ ଅଛନ୍ତି ଏବଂ ଅଭିନେତ୍ରୀ ସସ୍ମିତା ସେଠାକୁ ପ୍ରଶିକ୍ଷଣ ନେବାକୁ ଆସନ୍ତି । ଆଉ ସସ୍ମିତା ଅଜିତଙ୍କୁ ୱାନ ସାଇଡ ଲଭ କରିବସିଛନ୍ତି । ଅଜିତଙ୍କ ମନରେ ପ୍ରେମ ଥିଲେ ବି ସେ ସସ୍ମିତାଙ୍କୁ ପ୍ରକାଶ କରିପାରି ନାହାନ୍ତି । ଶେଷରେ ସସ୍ମିତାଙ୍କ ପ୍ରେମକୁ ସ୍ୱୀକୃତି ଦେଇଛନ୍ତି ଅଜିତ । ତେବେ ରାଜେନ୍ଦ୍ର ମହନ୍ତ ଏହି ମ୍ୟୁଜିକ ଭିଡିଓର ନିର୍ଦ୍ଦେଶନା ଦେଇଥିବା ବେଳେ ଅନୁରାଧା ପ୍ରାଣିଗ୍ରାହୀ କଣ୍ଠ ଦାନ କରିଛନ୍ତି ସଙ୍ଗୀତ ରେ ହେଇଛନ୍ତି ମ୍ୟୁଜିକ ସାଇନଟିଷ୍ଟ ପ୍ରେମ ଆନନ୍ଦ। ପ୍ରଯୋଜନା କରିଛନ୍ତି ପ୍ରଣୟ ଜେଠୀ । ପୂର୍ବରୁ ମଧ୍ୟ ‘ଆମ ଟିଭି ମ୍ୟୁଜିକ’ ପ୍ରଡକ୍ସନରେ ଦୁଇଟି ଗୀତ ଛାଁ କୁ ଛାଁ ଏବଂ ଜହ୍ନ ଗୋଟେ ମିଠା ବିସ୍କୁଟ ବହୁତ ପପୁଲାର ହୋଇଥିଲା । ବର୍ତମାନ ‘ଆମ ଟିଭି ମ୍ୟୁଜିକ’ ପ୍ରଡକ୍ସନରେ ମୁକ୍ତି ଲାଭ କରିଥିବା ‘ମନ ହଜିଯାଇଛି’ ଭିଡିଓଟି ଲୋକଙ୍କ ମନକୁ ଛୁଇଁବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.