‘ଆମାଜନ୍’କରୁଛି ହିନ୍ଦୁ ବିରୋଧୀ କାର୍ଯ୍ୟକଳାପ, ସୋଶାଲ ମିଡିଆରେ ଟ୍ରେଣ୍ଡ କରୁଛି ‘ବୟକଟ ଆମାଜନ୍’
ନୂଆଦିଲ୍ଲୀ(ଆମ ଟିଭି): ‘ଆମାଜନ୍’ର ହିନ୍ଦୁ ବିରୋଧୀ କାର୍ଯ୍ୟକଳାପ। ସୋଶାଲ ମିଡିଆରେ ଟ୍ରେଣ୍ଡ କରୁଛି ‘ବୟକଟ ଆମାଜନ୍’। ପବିତ୍ର ଜନ୍ମାଷ୍ଟମୀ ଅବସରରେ ରାଧା-କୃଷ୍ଣଙ୍କ ଆପତ୍ତିଜନକ ଚିତ୍ର ବିକ୍ରି କରି ବିବାଦ ଘେରକୁ ଆସିଛି ଆମାଜନ୍। ସମ୍ପୃକ୍ତ କମ୍ପାନୀ ବିରୋଧରେ ସ୍ୱର ଉଠାଇଛି ହିନ୍ଦୁ ଜନଜାଗୃତି ସମିତି। ସମିତିର ଆହ୍ୱାନରେ #Boycott_Amazon ଡାକରା ଦିଆଯାଇଛି। ଏହା ସୋଶାଲ ମିଆରେ ଟ୍ରେଣ୍ଡ କରୁଛି।
ସେପଟେ ହିନ୍ଦୁ ସଙ୍ଗଠନ ପକ୍ଷରୁ ବେଙ୍ଗାଲୁରୁ ସୁବ୍ରମନ୍ୟନ ନଗର ପୁଲିସ ଷ୍ଟେସନରେ ଆମାଜନ ବିରୋଧରେ ଅଭିଯୋଗ କରାଯିବା ସହ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି।