ନୂଆଦିଲ୍ଲୀ (ଆମ ଟିଭି): ଆଜିକାଲି ଅନଲାଇନ୍ ଯୁଗ ଚାଲିଛି । ସବୁ କିଛି ଅନଲାଇନ୍ । ଇ-କମର୍ସ ମାଧ୍ୟମରେ ସବୁ କାର୍ଯ୍ୟ ହେଉଛି । ଘରେ ବସି ଅନଲାଇନରେ ଛୋଟରୁ ବଡ଼ ଯାହା କିଛି ଆବଶ୍ୟକ ମଗାଇ ପାରୁଛନ୍ତି ଲୋକେ । ଏହି କ୍ଷେତ୍ରରେ ସ୍ବିଗି, ଜୋମାଟୋ ଓ ଆମାଜନର ସର୍ଭିସ ଲୋକଙ୍କ ମଧ୍ୟରେ ବେଶ ଆଦୃତ । ହେଲେ ଏହି ଇ-ସର୍ଭିସକୁ ନେଇ ଭାରତୀୟ ଗ୍ରାହକଙ୍କୁ ପାଇଁ ଏକ ଖରାପ ଖବର ଆସିଛି । ଖବରଟି ହେଲ, ଭାରତରେ ବନ୍ଦ ହେବାକୁ ଯାଉଛି ଆମାଜନର ସର୍ଭିସ୍ । ଆମାଜନ୍ ଇଣ୍ଡିଆ ତରଫରୁ ଏହି ଘୋଷଣା କରାଯାଇଛି । ଆସନ୍ତା ମାସ ୨୯ ତାରିଖରୁ ଭାରତରେ ବନ୍ଦ ହେବାକୁ ଯାଉଛି ଆମାଜନ ଫୁଡ୍ ସର୍ଭିସ ।
କରୋନା କାଳରେ ୨୦୨୦ରେ ଆମାଜନ ଫୁଡ୍ ସର୍ଭିସ ଲଞ୍ଚ କରାଯାଇଥିଲା । ଏହି ସର୍ଭିସ ମାଧ୍ୟରେ ଲୋକଙ୍କ ଘରେ ଖାଇବା ପହଞ୍ଚା ଯାଉଥିଲା । ଏହା ମାଧ୍ୟମରେ ଆମାଜନ୍ ସ୍ବିଗି ଓ ଜୋମାଟୋକୁ ଟକ୍କର ଦେବାକୁ ଲକ୍ଷ୍ୟ ରଖିଥିଲା । ବେଙ୍ଗାଲୁରୁରୁ ଆରମ୍ଭ ହୋଇଥିବା ଏହି ସର୍ଭିସ ପରବର୍ତ୍ତି ସମୟରେ ଦେଶର ଅନ୍ୟ ସହରରେ ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଥିଲା । ହେଲେ, ଏହା ଏତେ ପ୍ରଭାବଶାଳୀ ଭାବେ କାମ କରିନଥିଲା । ଏବେ କମ୍ପାନୀ ଏହାକୁ ବନ୍ଦ କରିବାକୁ ଯାଉଛି । ଏନେଇ କମ୍ପାନୀ ପକ୍ଷରୁ କୁହାଯାଇଛି, ଆମାଜନ୍ ଫୁଡ ବନ୍ଦ ହେଲେ ବି ରେଷ୍ଟୁରାଣ୍ଟଙ୍କୁ ସମସ୍ତ ଦେୟ ପ୍ରଦାନ କରାଯିବ । ରେଣ୍ଟୁରାଣ୍ଟଗୁଡିକ ଆମାଜନ୍ ଟୁଲ୍ସ ଓ ରିପୋର୍ଟ ଅପସନ ୨୦୨୩ ପର୍ୟ୍ୟନ୍ତ ବ୍ୟବହାର କରିପାରିବେ ।