ଛୁଟେଇ ଆରମ୍ଭ କଲେ ମାଇକ୍ରୋସଫ୍ଟ
ନୂଆଦିଲ୍ଲୀ: ଗୁରୁତର ଆର୍ଥିକ ପରିସ୍ଥିତି ଦେଇ ଗତି କରୁଛି ଆଇଟି ସେକ୍ଟର। ଦେଖାଦେଇଛି ମାନ୍ଦାବସ୍ଥା ଭୟ। କମ୍ପାନୀଗୁଡିକ ଏବେ ଖର୍ଚ୍ଚ କାଟ୍ କରିବା ସହ ତିଷ୍ଟି ରହିବା ପାଇଁ କରୁଛନ୍ତି ସଙ୍ଘର୍ଷ। ଏଥିପାଇଁ ସେମାନେ କର୍ମଚାରୀଙ୍କ ଛଟେଇ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ତାଲିକାରେ ଏବେ ମାଇକ୍ରୋସଫ୍ଟ ସାମିଲ ହୋଇଛି।
‘ମାଇକ୍ରୋସଫ୍ଟ’ ବିଶ୍ୱବ୍ୟାପୀ ତା’ର କର୍ମଚାରୀଙ୍କ ସଂଖ୍ୟା ଆହୁରି ହ୍ରାସ କରିବାକୁ ପ୍ରସ୍ତୁତି କରୁଥିବା କଥା ମଙ୍ଗଳବାର ଦିନ ବିଭିନ୍ନ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି। ରିପୋର୍ଟ ଅନୁସାରେ, ବୁଧବାରଠାରୁ ‘ମାଇକ୍ରୋସଫ୍ଟ’ ତା’ର ଇଞ୍ଜିନିୟରିଂ ଡିଭିଜନ୍ଗୁଡ଼ିକରୁ କର୍ମଚାରୀ ଛଟେଇ ଘୋଷଣା କରିପାରେ।
୨,୨୦,୦୦୦ କବର୍ମଚାରୀ ଥିବା ମାଇକ୍ରୋସଫ୍ଟ ଗତବର୍ଷ ଦୁଇଥର ବିଭିନ୍ନ ପାହ୍ୟାରେ କର୍ମଚାରୀଙ୍କ ଛଟେଇ କରିଥିଲା। ଗତବର୍ଷର ଶେଷ ୩ ମାସର ଆୟ ଉପରେ ରିପୋର୍ଟ ଦେବାର ଏକ ସପ୍ତାହ ଆଗରୁ ନୂଆ ଛଟେଇ ପ୍ରସଙ୍ଗ ଘୋଷଣା କରାଯାଇଛି।
ସେପଟେ ଏହାକୁ ଗୁଜବ କହି ଏ ସଂକ୍ରାନ୍ତରେ ଟିପ୍ପଣୀ ଦେବାକୁ ମାଇକ୍ରୋସଫ୍ଟର ଜଣେ ମୁଖପାତ୍ର ସମ୍ବାଦ ସରବରାହ ସଂସ୍ଥାନ ‘ଏଏଫ୍ପି’କୁ ମନା କରିଦେଇଛନ୍ତି।
ନିବେଶକମାନଙ୍କ ପ୍ରତି ଜାରି କରିଥିବା ‘ନୋଟ୍’ରେ ୱେଡ୍ବସ୍ ଆନାଲିଷ୍ଟ୍ ଡାନ୍ ଆଇଭ୍ସ୍ କହିଛନ୍ତି, ‘ସେଲ୍ଫୋର୍ସ’ ଏବଂ ‘ଆମାଜନ୍’ ପରି ପ୍ରମୁଖ କମ୍ପାନୀ ସବୁ ବହୁସଂଖ୍ୟକ କର୍ମଚାରୀ ଛଟେଇ କରିଥିବା ଅଳ୍ପ କେତେ ସପ୍ତାହ ହେବ ଆମେ ଦେଖିଛୁ। ପ୍ରଯୁକ୍ତିବିଦ୍ୟା ସେକ୍ଟର୍ରେ ୫%ରୁ ୧୦% କର୍ମଚାରୀ ଛଟେଇ ହେବ ବୋଲି ଆଶା କରାଯାଉଛି।