ପେଟିଏମ ୱାଲେଟ ଉପରେ ଅମ୍ବାନୀଙ୍କ ନଜର

0

ନୂଆଦିଲ୍ଲୀ(ଆମ ଟିଭି): ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ପେଟିଏମ ବ୍ୟାଙ୍କ ଉପରେ ପ୍ରତିବତିନ୍ଧକ ଲଗାଯିବା ପରେ କମ୍ପାନିର ପେରେଣ୍ଟ କମ୍ପାନି ୱାନ୯୭ କମ୍ୟୁନିକେଶନ ଉପରେ ସଙ୍କଟ ବଢିବାରେ ଲାଗିଛି । ୩ୟ କାରବାର ଦିନରେ କମ୍ପାନିର ଶେୟାର ଲଗାତାର କମିବାରେ ଲାଗିଛି। ଏବେ ପେଟିଏମ ବ୍ୟାଙ୍କର ଲାଇସେନ୍ସ ଉପରେ ମଧ୍ୟ ବିପଦ ମୁଣ୍ଡ ଟେକୁଥିବାର ଦେଖାଯାଇଛି।ଏହାରି ଭିତରେ ସୂଚନା ମିଳୁଛି ଯେ ୱାନ୯୭ କମ୍ୟୁନିକେଶନ ଅର୍ଥାତ ପେଟିଏମ ନିଜର ୱାଲେଟ କାରବାର ମୁକେଶ ଅମ୍ବାନୀଙ୍କୁ ବିକ୍ରି କରିବାକୁ ଆଲୋଚନା କରୁଛି ।

ହିନ୍ଦୁ ବିଜନେସଲାଇନର ରିପୋର୍ଟ ଅନୁସାରେ ମୁକେଶ ଅମ୍ବାନୀଙ୍କ କମ୍ପାନି ଜିଓ ଫାଇନାନସିଆଲ ସର୍ଭିସେସ ଏବଂ ଏଚଡିଏଫସି ବ୍ୟାଙ୍କ ସହ ଆଲୋଚନା ଜାରି ରଖିଛି।ସୋମବାର ବିଏସଇରେ ଜିଓ ଫାଇନାନ୍ସିଆଲ ସର୍ଭିସେସ ଶେୟାର ୧୪ ପ୍ରତିଶତ ବଢି ୨୮୯.୭୦ ଟଙ୍କାର ଅପର ସର୍କିଟ ଛୁଇଁଛି ।

Leave A Reply

Your email address will not be published.