୧୦୮ ଆମ୍ବୁଲାନ୍ସ ଗାଡ଼ିରେ ସୁରକ୍ଷିତ ପ୍ରସବ କରାଇଲେ ଆମ୍ବୁଲାନ୍ସ କର୍ମଚାରୀ

0

କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ଆମପାଣି ପଞ୍ଚାୟତ ନୂଆଗାଁ ଗ୍ରାମର ସୂର୍ଯ୍ୟମଣି ମାଝୀ ଗର୍ଭବେଦନା ପାଉଥିବାର ସୂଚନା ପାଇଁ ତୁରନ୍ତ ଏକ ୧୦୮ ଆମ୍ବୁଲାନ୍ସ ସୂର୍ଯ୍ୟମଣିଙ୍କୁ ଆଣିବା ପାଇଁ ତାଙ୍କ ଗ୍ରାମରେ ପହଂଚି ଯାଇଥିଲା | ସେଠାରେ ପୂର୍ବରୁ ପ୍ରସ୍ତୁତ ଥିବା ତାଙ୍କର ସ୍ୱାମୀ ଦୁଶା ମାଝୀ ଏବଂ ଆଶା ଦିଦିଙ୍କୁ ନେଇ ୧୦୮ ଆମ୍ବୁଲାନ୍ସ ର କର୍ମଚାରୀମାନେ ନିକଟସ୍ଥ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ଅଭିମୁଖେ ବାହାରିଥିଲେ | କିନ୍ତୁ କିଛିବାଟ ଗଲାପରେ ସୂର୍ଯ୍ୟମଣି ଅସହ୍ୟ ଗର୍ଭଯନ୍ତ୍ରଣା ଅନୁଭବ କରିଥିଲେ | ଏହା ଦେଖି ଆଶା ଦିଦି ଏବଂ ଆମ୍ବୁଲାନ୍ସ ରେ କାର୍ଯ୍ୟରତ ଇ.ଏମ.ଟି ଶିବଶଙ୍କର ପଟେଲ ପ୍ରସବ ପ୍ରକ୍ରିୟା ଆରମ୍ଭ କରିଥିଲେ ଏବଂ ଇ.ଏମ.ଟି ଶିବଶଙ୍କର ନିଜର ନିଖୁଣ କାର୍ଯ୍ୟଶୈଳୀ ପ୍ରୟୋଗ କରି ଏକ କନ୍ୟା ସନ୍ତାନକୁ ସୁରକ୍ଷିତ ଭାବେ ପ୍ରସବ କରାଇଥିଲେ | ପରେ ଉଭୟ ସୂର୍ଯ୍ୟମଣି ଏବଂ ନବଜାତକ ଶିଶୁକନ୍ୟାକୁ କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ | ବର୍ତ୍ତମାନ ଉଭୟ ସୂର୍ଯ୍ୟମଣି ଏବଂ ଶିଶୁକନ୍ୟା ସମ୍ପୂର୍ଣ ସୁସ୍ଥ ଥିବା ଡାକ୍ତର ସୂଚନା ଦେଇଛନ୍ତି |

Leave A Reply

Your email address will not be published.