ଋଷକୁ ନିନ୍ଦା କଲା ଆମେରିକା, ଜାଣନ୍ତୁ କାହିଁକି

0

ୱାସିଂଟନ୍‌: ଗୁରୁବାର ଦିନ ରାଷ୍ଟ୍ରପତି ଜୋ ବାଇଡେନ୍‌ ଏବଂ ଫରାସୀ ରାଷ୍ଟ୍ରପତି ଇମାନୁଏଲ୍‌ ମା‌କ୍ରନ୍‌ ୟୁକ୍ରେନ୍ ପ୍ରତି ସମର୍ଥନ ଜଣାଇ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ଙ୍କୁ ନିନ୍ଦା କରିଛନ୍ତି। କିନ୍ତୁ, ବାଇଡେନ୍‌ କହିଛନ୍ତି, ପୁଟିନ୍‌ ଯଦି ଆକ୍ରମଣର ଅବସାନ ଘଟାଇବେ, ତେବେ ସେ ତାଙ୍କ ସହିତ ଆଲୋଚନା କରିବେ।ଉଲ୍ଲେଖଯୋଗ୍ୟ, ଫେବ୍ରୁଆରି ମାସରେ ରୁଷ୍‌ ୟୁକ୍ରେନ୍‌ ଆକ୍ରମଣ କରିବା ସମୟରୁ ବାଇଡେନ୍‌ ପୁଟିନ୍‌ଙ୍କ ସହିତ କଥାବାର୍ତ୍ତା କରୁ ନ ଥିବା ବେଳେ ମାକ୍ରନ୍‌ ଓ ପୁଟିନ୍‌ଙ୍କ ମଧ୍ୟରେ ଯୋଗାଯୋଗ ଅବ୍ୟାହତ ‌ରହିଛି।

ମାକ୍ରୋନ୍‌ଙ୍କ ସହିତ ସାମ୍ବାଦିକ ସମ୍ମିଳନୀରେ ମିଳିତ ବିବୃତି ଦେବା ବେଳେ ବାଇଡେନ୍‌ କହିଛନ୍ତି, ଯୁଦ୍ଧର ଅବସାନ ନିମନ୍ତେ ନିଷ୍ପତ୍ତି ଗ୍ରହଣ କରିବା ଲାଗି ଯଦି ପୁଟିନ୍‌ ପ୍ରକୃତରେ ଉପାୟ ଖୋଜୁ ଥାଆନ୍ତି ତେବେ ମୁଁ ତାଙ୍କ ସହିତ ଆଲୋଚନା କରିବାକୁ ପ୍ରସ୍ତୁତ ଅଛି। କିନ୍ତୁ, ସେ ଏପର୍ଯ୍ୟନ୍ତ ସେ ଭଳି ଆଗ୍ରହ ପ୍ରକାଶ କରି ନାହାନ୍ତି।

Leave A Reply

Your email address will not be published.