ନୂଆ ପରମାଣୁ ବୋମା ତିଆରି କରିବାକୁ ପ୍ରସ୍ତୁତ ହେଉଛି ଆମେରିକା

0

ନୂଆଦିଲ୍ଲୀ (ଆମ ଟିଭି): ଆମେରିକା ଏକ ନୂଆ ପରମାଣୁ ବୋମା ତିଆରି କରିବାକୁ ପ୍ରସ୍ତୁତ ହେଉଛି। ଆମେରିକାର ଗଣମାଧ୍ୟମ ଅନୁଯାୟୀ, ଜାପାନର ହିରୋସିମା ଉପରେ ପକାଯାଇଥିବା ବୋମାଠାରୁ ଏହି ନୂତନ ବୋମା ୨୪ ଗୁଣ ଅଧିକ ଶକ୍ତିଶାଳୀ ହେବ। ଆମେରିକାର ପ୍ରତିରକ୍ଷା ବିଭାଗ ଦେଇଥିବା ସୂଚନା ଅନୁଯାୟୀ ପେଣ୍ଟାଗନ୍ ନୂତନ ବୋମାକୁ ଅନୁମୋଦନ ଏବଂ ଅର୍ଥ ପ୍ରଦାନ ପ୍ରକ୍ରିୟା ଆରମ୍ଭ କରିଛି। ନୂତନ ବୋମା ବି୬୧ ପରମାଣୁ ମାଧ୍ୟାକର୍ଷଣ ବୋମାର ଆଧୁନିକୀକରଣ ସଂସ୍କରଣ ହେବ, ଯାହାର ନାମ ବି୬୧-୧୩ ।

ସ୍ପେସ୍ ଡିଫେନ୍ସ ପଲିସି ପାଇଁ ଆମେରିକାର ଡେପୁଟି ସେକ୍ରେଟେରୀ ଜନ୍ ପ୍ଲମ୍ ବିବୃତ୍ତିରେ କହିଛନ୍ତି ଯେ ସୁରକ୍ଷା ପରିବେଶର ପରିବର୍ତ୍ତନ ଏବଂ ଶତ୍ରୁମାନଙ୍କର ବଢୁଥିବା ବିପଦକୁ ଦୃଷ୍ଟିରେ ରଖି ଆଜି ଘୋଷଣା କରାଯାଇଛି। ନୂତନ ପରମାଣୁ ବୋମାର ଓଜନ ୩୬୦ କିଲୋନ ହେବ, ଯାହା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜାପାନର ହିରୋସିମା ଉପରେ ପଡିଥିବା ପରମାଣୁ ବୋମାଠାରୁ ୨୪ ଗୁଣ ବଡ ହେବ।

Leave A Reply

Your email address will not be published.