ଆମେରିକା ସଟ୍ ଡାଉନ୍ !

0

ଆମେରିକାରେ ଏବେ ଏକ ବଡ଼ ସଙ୍କଟ ଦେଖାଦେଇଛି। ୨୦୧୯ ମସିହା ପରେ ପ୍ରଥମ ସରକାରୀ ସଟ୍‌ଡାଉନ୍ ହୋଇଛି। ମଙ୍ଗଳବାର ରାତିରେ ଫଣ୍ଡିଂ ବିଲ୍ ଉପରେ ଭୋଟିଂ ହୋଇଥିଲା । ସିନେଟ୍‌ରେ ବିଲ୍ ପାସ୍ କରିବାରେ ବିଫଳ ହୋଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଟ୍ରମ୍ପଙ୍କ ରିପବ୍ଲିକାନ୍ ପାର୍ଟିର ଅନେକ ସାଂସଦ ବିଲ୍ ବିରୋଧରେ ଭୋଟ ଦେଇଛନ୍ତି ।

ଫଳରେ ଆମେରିକାରେ ସରକାରୀ କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ ରହିଛି । ସଟ୍‌ ଡାଉନ୍ ହେବା ଦ୍ୱାରା ଆମେରିକା ସରକାର ପାଖରେ ଖର୍ଚ୍ଚ କରିବା ପାଇଁ ଅର୍ଥ ନାହିଁ । ଆମେରିକାର ଆଇନ ଅନୁଯାୟୀ, ବଜେଟ୍ କିମ୍ବା ଅସ୍ଥାୟୀ ପାଣ୍ଠି ବିଲ୍ ପାସ୍ ନହେବା ପର୍ଯ୍ୟନ୍ତ “ଅଣ-ଅତ୍ୟାବଶ୍ୟକ” ସରକାରୀ ବିଭାଗ ଏବଂ ସେବାଗୁଡ଼ିକୁ ବନ୍ଦ କରିବାକୁ ପ‌ଡ଼ିଥାଏ। ଏହି ପରିସ୍ଥିତିକୁ ସଟଡାଉନ୍ କୁହାଯାଏ। ଏହା ଗତ ଦୁଇ ଦଶନ୍ଧି ମଧ୍ୟରେ ଆମେରିକାରେ ପଞ୍ଚମ ବଡ଼ ସଟଡାଉନ୍ ବୋଲି କୁହାଯାଉଛି।

Leave A Reply

Your email address will not be published.