ଜାତିସଙ୍ଘର ମୁଖ୍ୟ ଆମେରିକାର ଖେଳନା: ଉତ୍ତର କୋରିଆ
ସିଓଲ୍ (ଆମ ଟିଭି): ପୁଣି ଚର୍ଚ୍ଚାରେ ଉତ୍ତର କୋରିଆ । ଉତ୍ତର କୋରିଆ ସବୁବେଳେ କିଛି ନା କିଛି ଘଟଣା ବା ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ ଥାଏ । ଅଳ୍ପ ଦିନ ତଳେ ଉତ୍ତର କୋରିଆର ଅର୍ନ୍ତମହାଦେଶୀୟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପରୀକ୍ଷଣକୁ ଆମେରିକା ସହିତ ମିଶି ନିନ୍ଦା କରିଥିବାରୁ ଜାତିସଂଘର ମୁଖ୍ୟଙ୍କୁ ଆଜି ଉତ୍ତର କୋରିଆ ‘ଯୁକ୍ତରାଷ୍ଟ୍ର ଆମେରିକା’ର ଖେଳନା ବୋଲି କହିଛି।
ଉତ୍ତର କୋରିଆର ବୈଦେଶିକ ମନ୍ତ୍ରୀ ସୋଏ ସୋନ୍ ହୁୟି ଜାରି କରିଥିବା ବିବୃତିରେ କହିଛନ୍ତି, ଜାତିସଂଘର ମହାସଚିବ ଯୁକ୍ତରାଷ୍ଟ୍ର ଆମେରିକାର ହ୍ବାଇଟ୍ ହାଉସ୍ ଅଥବା ତା’ର ବୈଦେଶିକ ବିଭାଗର ଜଣେ ସଦସ୍ୟ ବୋଲି ମୋର ସବୁବେଳେ ମନେହୁଏ। ଜାତିସଂଘର ମହାସଚିବ ଅତି ଲଜ୍ଜାଜନକ ମନୋଭାବ ପୋଷଣ କରିଥିବାରୁ ଅତ୍ୟନ୍ତ ଦୁଃଖିତ। ସେ ଜାତିସଂଘ ଚାର୍ଟର୍ ଏବଂ ଜାତିସଂଘର ସଠିକ୍ ଅଭିଯାନ ପ୍ରତି ଅସତର୍କ ହୋଇଯାଉଛନ୍ତି। ସବୁକ୍ଷେତ୍ରରେ ନିରପେକ୍ଷତା, ବିଚାରବନ୍ତ ଓ ସମାନତା ବଜାୟ ରଖିବା ଜାତିସଂଘର ଉଦ୍ଦେଶ୍ୟ। ସୋଏ ଅଭିଯୋଗ କରିଛନ୍ତି ଯେ, ଉତ୍ତର କୋରିଆର ‘ଆଇସିବିଏମ୍’ ପରୀକ୍ଷଣ କଥାକୁ ଆମେରିକା ଓ ତା’ର ମିତ୍ର ରାଷ୍ଟ୍ରମାନେ ଜାତିସଂଘ ନିରାପତ୍ତା ପରିଷଦ୍ରେ ଉପସ୍ଥାପନା କରିବା କଥା ପ୍ରତି ଗୁଟେରେସ୍ ଦୃଷ୍ଟି ଦେଇନାହାନ୍ତି। ଏଥିରୁ ସ୍ପଷ୍ଟ ପ୍ରମାଣ ମିଳୁଛି ଯେ, ସେ ଆମେରିକାର ହାତ ବାରସି।