ମୁଲ୍ଲା ମୁନୀରଙ୍କ ସହ ରାହୁଲଙ୍କ ଫଟୋ ଯୋଡିଲେ ଅମିତ ମାଲବ୍ୟ; ପୋଷ୍ଟ ଭାଇରାଲ୍

0

ନୂଆଦିଲ୍ଲୀ (ଆମ ଟିଭି): ଅପରେସନ ସିନ୍ଦୂରକୁ ନେଇ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କୁ ସିଧା ଟାର୍ଗେଟ କରିଛନ୍ତି ବିଜେପି ନେତା ଅମିତ ମାଲବ୍ୟ । ସେ କହିଛନ୍ତି ଯେ ରାହୁଲ ଗାନ୍ଧୀ ପାକିସ୍ତାନ ଏବଂ ଏହାର ସମର୍ଥକମାନଙ୍କ ଭାଷା କହୁଛନ୍ତି । ମାଲବ୍ୟ ନିଜର ଏକ୍ସ ଆକାଉଣ୍ଟରେ ଏକ ପୋଷ୍ଟରେ ଲେଖିଛନ୍ତି ଯେ ରାହୁଲ ଗାନ୍ଧୀ ଅପରେସନ ସିନ୍ଦୂରର ସଫଳତା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇନଥିଲେ ।

ଓଲଟା ବାରମ୍ବାର ପ୍ରଶ୍ନ କରିଥିଲେ ଯେ ଅପରେସନ ସମୟରେ ଭାରତ କେତେ ଲଢୁଆ ବିମାନ ହରାଇଛି । ଡିଜିଏମଓଙ୍କ ସାମ୍ବାଦିକ ସମ୍ମିଳନୀରେ ଏହାର ସମ୍ପୂର୍ଣ୍ଣ ତଥ୍ୟ ରଖାଯାଇଥିବା ବେଳେ ରାହୁଲଙ୍କ ଏଭଳି ପ୍ରଶ୍ନ ଯୋଗୁ ବିଜେପି ନେତା ଅସନ୍ତୋଷ ପ୍ରକାଶ କରିଛନ୍ତି ।

ମାଲବ୍ୟ ଆହୁରି ମଧ୍ୟ କହିଛନ୍ତି ଯେ ରାହୁଲ ଗାନ୍ଧୀ ଥରେ ହେଲେ ପଚାରି ନାହାଁନ୍ତି ଯେ ଏହି ଉତ୍ତେଜନାରେ କେତେ ପାକିସ୍ତାନୀ ଜେଟ୍‍ ଖସାଇ ଦିଆଯାଇଛି । କିମ୍ବା କେତେ ପାକିସ୍ତାନୀ ବିମାନବନ୍ଦର ଉପରେ ଆକ୍ରମଣ କରି ଭାରତୀୟ ସେନା କେତେ ଜେଟ୍‍ ନଷ୍ଟ କରିଛି । ସୋମବାର ରାହୁଲ ଗାନ୍ଧୀ ନିଜର ଏକ୍ସ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରି ଭାରତୀୟ ଯୁଦ୍ଧ ବିମାନର କ୍ଷତି ବିଷୟରେ ସୂଚନା ମାଗିଥିଲେ ।

ରାହୁଲଙ୍କୁ ଜବାବ ଦେଇ ବିଜେପି ନେତା ଅମିତ ମାଲବ୍ୟ ଆଜି କିଛି ଏଭଳି ପୋଷ୍ଟ କରିଛନ୍ତି । ଉଲ୍ଲେଖନୀୟ ଯେ ପାକିସ୍ତାନ ବାରମ୍ବାର ଦାବି କରୁଛି ଯେ ସେ ଅପରେସନ ସିନ୍ଦୂର ସମୟରେ ପାଞ୍ଚଟି ଭାରତୀୟ ଯୁଦ୍ଧ ବିମାନକୁ ଖସାଇ ଦେଇଥିଲା । କିନ୍ତୁ ଭାରତ ସରକାର ଏବାଂ ଭାରତୀୟ ସେନା ଏହି ଅପରେସନ ସମୟରେ କୌଣସି କ୍ଷତି ହୋଇନଥିବା କହିଥିଲେ ।

Leave A Reply

Your email address will not be published.