ଚର୍ଚ୍ଚାରେ ଅମିତ୍ ଶାହ ଓ ଭର୍ତ୍ତୃହରି ମହତାବଙ୍କ ଭେଟଘାଟ

0

ନୂଆଦିଲ୍ଲୀ(ଆମ ଟିଭି): ପୁଣି ଚର୍ଚ୍ଚାରେ କଟକ ସାଂସଦ ଭର୍ତ୍ତୃହରି ମହତାବ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି କଟକ ସାଂସଦ ଭର୍ତୃହରି ମହତାବ । ନୂଆଦିଲ୍ଲୀ ସ୍ଥିତ ଶାହଙ୍କ ବାସଭବନରେ ସାକ୍ଷାତ କରିଛନ୍ତି । ଉଭୟ କେନ୍ଦ୍ର ସରକାରଙ୍କ ରାଜଭାଷା ନୀତି ସମ୍ପର୍କରେ ଆଲୋଚନା କରିଥିବା ଜଣାପଡ଼ିଛି ।

ଗୃହମନ୍ତ୍ରୀ ଅମିତ ଶାହ ସଂସଦୀୟ ରାଜଭାଷା ସମିତିର ଅଧ୍ୟକ୍ଷ ଥିବା ବେଳେ ଭର୍ତ୍ତୃହରି ମହତାବ ରାଜଭାଷା ସମିତିର ଉପାଧ୍ୟକ୍ଷ ଅଛନ୍ତି । ଏବେ ଦୁଇ ଜଣଙ୍କ ସାକ୍ଷାତକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । କାରଣ ଅନେକ ସମୟରେ ବିଜେପି ନେତାଙ୍କ ସହ ଭର୍ତୃହରିଙ୍କୁ ଦେଖିବାକୁ ମିଳୁଛି । କିଛି ଦିନ ତଳେ ପ୍ରଜାତନ୍ତ୍ରର ବାର୍ଷିକ ଉତ୍ସବରେ ମଧ୍ୟ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଯୋଗଦେଇଥିଲେ । ଚର୍ଚ୍ଚା ହେଉଛି ସାଂସଦ ଭର୍ତୃହରି ମହତାବ ବିଜେପି ଆଡକୁ ଢଳି ପାରନ୍ତି । ଏହା ହେଲେ କଟକରୁ ବିଜେପି କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହେବ ।

Leave A Reply

Your email address will not be published.