୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଅମିତ୍ ଶାହା!

0

ଭୁବନେଶ୍ୱର (ଆମ ଟିଭି): ଓଡ଼ିଶା ଆସୁଛନ୍ତି ଅମିତ୍ ଶାହା! ଆସନ୍ତାକାଲିଠୁ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ସରକାରୀ କାର୍ୟ୍ୟକ୍ରମରେ ଯୋଗଦେବା ନେଇ ସୂଚନା ରହିଛି । ଅପରାହ୍ନରେ ଶାହ ଭୁବନେଶ୍ୱର ପହଂଚିବେ ଏବଂ ଶନିବାର ସରକାରୀ କାର୍ୟ୍ୟକ୍ରମରେ ଯୋଗଦେବା ନେଇ ସୂଚନା ରହିଛି ।

ତେବେ ଶାହାଙ୍କ ଗସ୍ତ ସମୟ ଏବଂ କେଉଁ ସମୟରେ ବୈଠକ ରହିଛି ଏ ନେଇ ସବିଶଷ ସୂଚନା ମିଳିପାରି ନାହିଁ । ଏହାବାଦ ଦଳର ବରିଷ୍ଠ ଅଧିକାରୀଙ୍କ ସହ ରୁଦ୍ଧଦ୍ୱାରା ବୈଠକ କରିବା ନେଇ ସମ୍ଭାବନା ରହିଛି । ଯଦିଓ ସରକାରୀ ବା ଦଳୀୟ ସ୍ତରରୁ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ, କିନ୍ତୁ ଅମିତ ଶାହାଙ୍କ ଗସ୍ତକୁ ନେଇ ରାଜ୍ୟ ରାଜନୀତିରେ ହଲଚଲ ଦେଖିବାକୁ ମିଳିଛି ।

Leave A Reply

Your email address will not be published.