ଆଜି ଆସୁଛନ୍ତି ଅମିତ ଶାହ: ଲୋକସେବା ଭବନରେ ନବୀନଙ୍କ ସହ ବସିବେ

0

ଭୁବନେଶ୍ୱର (ଆମ ଟିଭି): ଆଜି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଭାରତୀୟ ବାୟୁସେନାର ସ୍ୱତନ୍ତ୍ର ବିମାନରେ ରାତି ୧୦ଟା ୪୫ରେ ଭୁବନେଶ୍ୱରରେ ପହଞ୍ଚିବେ କେନ୍ଦ୍ର ଗୃହମନ୍ତ୍ରୀ । ତାଙ୍କ ସହ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଆସିବେ । ଆସନ୍ତାକାଲି ଦିନ ୧୧ଟାରେ ଲୋକସେବା ଭବନରେ ଭର୍ଚୁଆଲ ମାଧ୍ୟମରେ ଦୁଇଟି ଜାତୀୟ ରାଜପଥ ପ୍ରକଳ୍ପ ଉଦ୍ଘାଟନ କାର୍ୟ୍ୟକ୍ରମରେ ଯୋଗଦେବେ । ସୁକିନ୍ଦା-କାମାକ୍ଷାନଗର ଓ ଚଣ୍ଡିଖୋଲ-ଭଦ୍ରକ ଜାତୀୟ ରାଜପଥ ପ୍ରକଳ୍ପର ଶୁଭାରମ୍ଭ ହେବ ।

ଏହି କାର୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଜାତୀୟ ରଜପଥ ଅଧକାରୀମାନେ ଯୋଗଦେବେ । ମଧ୍ୟାହ୍ନ ୧୨ଟାରୁ ସାଢେ ୧୨ଟା ପର୍ୟ୍ୟନ୍ତ ଲୋକସେବା ଭବନରେ ନକ୍ସଲ ଦମନ ପଦକ୍ଷେପ ଓ ପ୍ରାକୃତିକ ବିପର୍ୟ୍ୟୟ ମୁକାବିଲା ସମୀକ୍ଷା ବୈଠକରେ ଯୋଗଦେବେ ।

Leave A Reply

Your email address will not be published.