ଆତଙ୍କବାଦକୁ ନେଇ ଏମିତି କହିଲେ ଅମିତ ଶାହା

0

ନୂଆଦିଲ୍ଲୀ (ଆମ ଟିଭି): ଆତଙ୍କବାଦକୁ ନେଇ ପୁଣି ବର୍ଷିଲେ ଅମିତ ଶାହା । ଭବିଷ୍ୟତରେ ମଧ୍ୟ ଆତଙ୍କବାଦ ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ‘ଜିରୋ-ଟଲେରାନ୍ସ୍’ ନୀତି ବଳବତ୍ତର ରହିବ ବୋଲି ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି। ‘ସିଆଇଏସ୍ଏଫ୍’ର ୫୪ତମ ‘ରାଇଜିଙ୍ଗ୍ ଡେ’ ପରେଡ୍’ରେ ଉଦ୍ବୋଧନ ଦେଇ ସେ କହିଛନ୍ତି, ଦେଶର ଯେକୌଣସି ପ୍ରାନ୍ତରେ ବିଚ୍ଛିନ୍ନତାବାଦ, ଆତଙ୍କବାଦ ଏବଂ ଦେଶ-ବିରୋଧୀ କାର୍ୟ୍ୟକଳାପକୁ ନିର୍ମମ ଭାବେ ଦମନ କରାଯିବ।

ଗତ ୯ ବର୍ଷ ହେବ ‘ଏନ୍ଡିଏ’ ସରକାର ଅଭ୍ୟନ୍ତରୀଣ ନିରାପତ୍ତା ଆହ୍ବାନ ସବୁର ସଫଳ ମୁକାବିଲା କରୁଛି ବୋଲି ଗୁରତ୍ବର ସହ କହି ସେ କହିଛନ୍ତି ଯେ, କଶ୍ମୀରରେ ହିଂସା ବହୁମାତ୍ରାରେ ହ୍ରାସ ପାଇଥିବା ବେଳେ ଉତ୍ତରପୂର୍ବରେ ବିଦ୍ରୋହ ଏବଂ ବାମ ପନ୍ଥୀ ଚରମବାଦ ପ୍ରଭାବିତ ଅଞ୍ଚଳ ମଧ୍ୟ ହ୍ରାସ ପାଇଛି। ଜନସାଧାରଣଙ୍କ ଆତ୍ମବିଶ୍ବାସ ବୃଦ୍ଧି ପାଉଛି। ଆତଙ୍କବାଦ କାର୍ୟ୍ୟକଳାପରେ ସମ୍ପୃକ୍ତ ଥିବା ଲୋକମାନଙ୍କ ସଂଖ୍ୟା ହ୍ରାସ ପାଉଛି ଏବଂ ଅନେକେ ଅସ୍ତ୍ରଶସ୍ତ୍ର ସମର୍ପଣ କରି ସ୍ବାଭାବିକ ଜୀବନଯାପନ ଆରମ୍ଭ କରିଥିବା କଥା ସେ କହିଛନ୍ତି।

 

Leave A Reply

Your email address will not be published.