ଚୀନ ଭାରତ ସୀମା ବିବାଦକୁ ନେଇ ଏମିତି କହିଲେ ଅମିତ ଶାହା

0

ନୂଆଦିଲ୍ଲୀ: ଭାରତ ଓ ଚୀନ୍ ସେନା ମଧ୍ୟରେ ତୱାଙ୍ଗରେ ହୋଇଥିବା ସଂଘର୍ଷ ଯୋଗୁ ପୁଣିଥରେ ଲାଇନ୍ ଅଫ୍ କଣ୍ଟ୍ରୋଲରେ ସ୍ଥିତି ଉଦ୍‌ବେଗଜନକ ରହିଛି। ଡିସେମ୍ବର ୯ ତାରିଖରେ ହୋଇଥିବା ସଂଘର୍ଷରେ ଉଭୟ ପକ୍ଷର ସେନା ଆହତ ହୋଇଛନ୍ତି। ଏହି ମାମଲରେ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଚୀନ୍‌କୁ ଦେଇଛନ୍ତି ବଡ ଚେତାବନୀ।

ଅମିତ ଶାହ କହିଛନ୍ତି, ଦେଶରେ ମୋଦି ସରକାର ଥିବା ଯାଏଁ ଇଞ୍ଚେ ଜମି ବି କେହି ନେଇପାରିବେ ନାହିଁ। ଭାରତୀୟ ବୀର ଯବାନଙ୍କୁ ସଲାମ। ଯେଉଁମାନେ ମାଟି ମା’ର ସୁରକ୍ଷା ପାଇଁ ସୀମାରେ ଲଢେଇ କରିଛନ୍ତି। ୮ ଓ ୯ ଡିସେମ୍ବରରେ ଅରୁଣାଚଳ ପ୍ରଦେଶରେ ଡ୍ରାଗନ ସେନା ଭାରତର ସୀମା ମଧ୍ୟକୁ ଅନୁପ୍ରବେଶ କରିବାକୁ ଉଦ୍ୟମ କରିଥିବା ବେଳେ ଭାରତୀୟ ଯବାନ ଏହାର ମୁହଁତୋଡ ଜବାବ ଦେଇଛନ୍ତି।

ସେହିଭଳି କଂଗ୍ରେସକୁ ଟାର୍ଗେଟ କରି ଶାହା କହିଛନ୍ତି, କଂଗ୍ରେସ ସରକାର ସମୟରେ ୧୦୦୦ କିଲୋମିଟର ଭାରତର ଜମି ଚୀନ୍ ସେନା ଦ୍ୱାରା ଅବୈଧ ରୂପେ ହଡପ କରି ନିଆଯାଇଥିଲା। ନିଜ ସମ୍ପର୍କକୁ ସୁଦୃଢ କରିବାକୁ ଜାତିସଂଘରେ ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟତା ପଦକୁ ଚୀନ୍ ହାତକୁ ଟେକି ଦେଇଥିଲା କଂଗ୍ରେସ ସରକାର। ଆଉ ଏ ବାବଦରେ ଦେଶର ଜନତା ସବୁ ସତ ଜାଣିଛନ୍ତି। ୨୦୦୬-୦୭ ଚୀନ୍ ଦୂତାବାସରୁ କଂଗ୍ରେସ ଟଙ୍କା ନେଇଥିବା ସେ ଅଭିଯୋଗ କରିଛନ୍ତି।

ଗଣମାଧ୍ୟମ ସହ କଥାବାର୍ତ୍ତା କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ବିରୋଧୀଦଳ ଆଜି ଲୋକସଭାରେ ପ୍ରଶ୍ନକାଳ ଚାଲିବାକୁ ଦେଇନାହାଁନ୍ତି ଏବଂ ମୁଁ ଏହି କାର‌୍ୟ୍ୟକୁ ନିନ୍ଦା କରୁଛି। ରାଜୀବ ଗାନ୍ଧୀ ଫାଉଣ୍ଡେସନ ଚୀନ୍ ଠାରୁ ଟଙ୍କା ନେଇଛି। କଂଗ୍ରେସକୁ ରାଜୀବ ଗାନ୍ଧୀ ଫାଉଣ୍ଡେସନରୁ ୧.୩୫ କୋଟି ଟଙ୍କା ମିଳିଛି। ତେଣୁ ଦଳର ଏହି ଡବଲ୍ ଷ୍ଟାଣ୍ଡାର୍ଡ ଲୋକଙ୍କ ସାମ୍ନାରେ କାମ କରେ ନାହିଁ ବୋଲି ଗୃହମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.