କର୍ଣ୍ଣାଟକରେ କଂଗ୍ରେସକୁ କଡ଼ା ସମାଲୋଚନା କଲେ ଅମିତ ଶାହା

0

ନୂଆଦିଲ୍ଲୀ(ଆମ ଟିଭି): କର୍ଣ୍ଣାଟକରେ କଂଗ୍ରେସ ଉପରେ ପ୍ରବଳ ବର୍ଷିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା । କଂଗ୍ରେସକୁ କଡ଼ା ସମାଲୋଚନା କରି ସେ କହିଛନ୍ତି, ଭାଜପା ଛାଡ଼ି କଂଗ୍ରେସରେ ଯୋଗ ଦେଇଥିବା ନେତାଙ୍କ ଆଧାରରେ କଂଗ୍ରେସ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛି ।

ସମ୍ପ୍ରତି କଂଗ୍ରେସରେ ଦେବାଳିଆ ସ୍ଥିତି ସୃଷ୍ଟି ହୋଇଛି । ଦଳରେ କେହି ଆଗଧାଡ଼ିର ପ୍ରଭାବଶାଳୀ ନେତା ନାହାନ୍ତି । ତେଣୁ କଂଗ୍ରେସ ଭାଜପା ଛାଡିଥିବା ନେତାଙ୍କ ଉପରେ ଭରସା କରୁଛି । ରାଜ୍ୟରେ ଧର୍ମ ଆଧାରରେ ଚାରି ପ୍ରତିଶତ ସଂରକ୍ଷଣ ମୁସଲମାନଙ୍କ ପାଇଁ ରହିଛି । ଭୋଟ ବ୍ୟାଙ୍କର ଲୋଭରେ ନ ପଡ଼ି ଭାଜପା ସରକାର ଏହି ମୁସଲିମ ସଂରକ୍ଷଣକୁ ରଦ୍ଦ କରିଦେଇଛନ୍ତି ବୋଲି କହିଛନ୍ତି ।

Leave A Reply

Your email address will not be published.