କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରାକୁ ନେଇ ରାହୁଲଙ୍କୁ ଟାର୍ଗେଟ କଲେ ଅମିତ ଶାହା

0

ନୂଆଦିଲ୍ଲୀ (ଆମ ଟିଭି): କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରାକୁ ନେଇ ରାହୁଲଙ୍କୁ ଟାର୍ଗେଟ କଲେ ଅମିତ ଶାହା । ବର୍ତ୍ତମାନ ରାଜସ୍ଥାନ ଗସ୍ତରେ ରହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଏହି ଅବସରରେ ଶାହା କର୍ମକର୍ତ୍ତାଙ୍କୁ ସମ୍ବୋଧନ କରିଛନ୍ତି । ଏହାସହ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ ମଧ୍ୟ କରିଛନ୍ତି । ଏହି ଭାଷଣରେ ସେ କଂଗ୍ରେସକୁ ୨୦୧୮ର ନିର୍ବାଚନ ଇସ୍ତାହାର କଥା ମନେ ପକାଇଛନ୍ତି, ହିନ୍ଦୁତ୍ୱ କାର୍ଡ ମଧ୍ୟ ଖେଳିଛନ୍ତି । କେବଳ ସେତିକି ନୁହେଁ ଶାହା ଭାରତ ଯୋଡକୁ ନେଇ ମଧ୍ୟ ରାହୁଲଙ୍କୁ କଟାକ୍ଷ କରିଛନ୍ତି ।

ଶାହା କହିଛନ୍ତି କି, ଏବେ ଏବେ ରାହୁଲ ବାବା ଭାରତ ଯୋଡ ଯାତ୍ରାରେ ବାହାରିଛନ୍ତି । ସେ ବିଦେଶୀ ଟି-ସାର୍ଟ ପିନ୍ଧି ଭାରତ ଯୋଡରେ ବାହାରିଛନ୍ତି । ମୁଁ ରାହୁଲ ବାବା ଓ ତାଙ୍କ ସାଂସଦମାନଙ୍କୁ ଏକ ଭାଷଣ ମନେ ପକାଇବାକୁ ଚାହୁଁଛି ଯେଉଁଠି ରାହୁଲ ବାବା କହିଥିଲେ ଭାରତ ଏକ ଦେଶ ନୁହେଁ । ଆରେ ରାହୁଲ ବାବା ଆପଣ କେଉଁ ବହି ପଢିଥିଲେ? ୟେ ତ ସେହି ଦେଶ ଯାହା ପାଇଁ ଅନେକ ଲୋକ ନିଜ ପ୍ରାଣବଳୀ ଦେଇଦେଇଥିଲେ ।

Leave A Reply

Your email address will not be published.