ନୂଆଦିଲ୍ଲୀ (ଆମ ଟିଭି): ଗୃହମନ୍ତ୍ରୀ ଅମିତ ଶାହଙ୍କ ପ୍ରସ୍ତାବ ଅନୁସାରେ ରାଜ୍ୟସଭାରୁ ମଣିପୁରରେ ରାଷ୍ଟ୍ରପତି ଶାସନକୁ ୬ମାସ ପାଇଁ ବଢାଇ ଦିଆଯାଇଛି । ଏହି ଶାସନ ଅଗଷ୍ଟ ୧୩, ୨୦୨୫ ରୁ କାର୍ଯ୍ୟକାରୀ ହେବ। ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହଙ୍କ ଇସ୍ତଫା ଏବଂ ରାଜନୈତିକ ଅସ୍ଥିରତା ଯୋଗୁଁ ମଣିପୁରରେ ଏହି ପଦକ୍ଷେପ ନିଆଯାଇଛି । ଧାରା ୩୫୬ ଅନୁଯାୟୀ ଦ୍ୱିତୀୟ ଥର ପାଇଁ ରାଷ୍ଟ୍ରପତି ଶାସନକୁ ବୃଦ୍ଧି କରାଯାଇଛି ।
ମଣିପୁରରେ ଚାଲିଥିବା ରାଜନୈତିକ ଅସ୍ଥିରତା ଯୋଗୁଁ କେନ୍ଦ୍ର ସରକାର ରାଜ୍ୟରେ ରାଷ୍ଟ୍ରପତି ଶାସନର ଅବଧିକୁ ୬ମାସ ପାଇଁ ବୃଦ୍ଧି କରିଛନ୍ତି । ଏହା ୧୩ ଅଗଷ୍ଟ, ୨୦୨୫ ରୁ କାର୍ଯ୍ୟକାରୀ ହେବ । ଏ ସମ୍ପର୍କରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଦ୍ୱାରା ଉପସ୍ଥାପିତ ସାମ୍ବିଧାନିକ ପ୍ରସ୍ତାବ ରାଜ୍ୟସଭାରେ ଗୃହୀତ ହୋଇଛି ।
ଏହି ସଦନ ୧୩ ଫେବୃଆରୀ ୨୦୨୫ରେ ମଣିପୁର ରାଜ୍ୟ ସମ୍ପର୍କରେ ସମ୍ବିଧାନର ଧାରା ୩୫୬ ଅନୁଯାୟୀ ରାଷ୍ଟ୍ରପତିଙ୍କ ଦ୍ୱାରା ଜାରି କରାଯାଇଥିବା ଘୋଷଣାକୁ ୧୩ ଅଗଷ୍ଟ ୨୦୨୫ ରୁ ଛଅ ମାସ ପାଇଁ ଜାରି ରଖିବାକୁ ଅନୁମୋଦନ କରେ ଯାହା ରାଜ୍ୟସଭାରେ ଉପସ୍ଥାପିତ ପ୍ରସ୍ତାବରେ କୁହାଯାଇଛି । ଏହି ପ୍ରସ୍ତାବର ଅନୁମୋଦନ ସହିତ, ମଣିପୁରରେ ରାଷ୍ଟ୍ରପତି ଶାସନର ଦ୍ୱିତୀୟ ଅବଧି ଆନୁଷ୍ଠାନିକ ଭାବରେ ଆରମ୍ଭ ହେବ ।
ଭାରତୀୟ ସମ୍ବିଧାନର ଧାରା ୩୫୬ (୩)ଅନୁସାରେ ୬ ମାସ ଅବଧିରେ ସର୍ବାଧିକ ୩ ବର୍ଷ ପାଇଁ ରାଷ୍ଟ୍ରପତି ଶାସନ ବୃଦ୍ଧି କରାଯାଇପାରିବ । ପ୍ରତି ୬ ମାସରେ ସଂସଦର ଅନୁମୋଦନ ଆବଶ୍ୟକ । ଏହା ମଣିପୁରରେ ପ୍ରଥମ ଥର ପାଇଁ ବୃଦ୍ଧି ହୋଇଛି ।
ସୂଚନାଯୋଗ୍ୟ : ମଣିପୁରରେ ୧୩ ଫେବୃଆରୀ ୨୦୨୫ରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲ । ଯେତେବେଳେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହ ୯ ଫେବୃଆରୀରେ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ । କୌଣସି ବିକଳ୍ପ ସରକାର ଗଠନ ହୋଇପାରିଲା ନାହିଁ ଫଳରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ପଡିଲା ।