୮୦ ବର୍ଷ ବୟସରେ ପାଦ ଦେଲେ ଅମିତାଭ ବଚ୍ଚନ
ମୁମ୍ବାଇ: ସିନେମାରେ ତାଙ୍କର ଗୋଟିଏ ଝଲକ ହିଁ କାଫି। ଡାଇଲଗ୍, ଯାହା ବର୍ଷ ବର୍ଷ ଧରି ଅନେକଙ୍କୁ ଦିୱାନା କରିଛି। ୫ ଦଶନ୍ଧି ଧରି ଭାରତୀୟ ସିନେମାରେ ଶେହନଶା, ଅମିତାଭ ବଚ୍ଚନ ରାଜ କରୁଛନ୍ତି । ଆଜି ବିଗ୍ ବି ଅମିତାଭ ବଚ୍ଚନଙ୍କ ୮୦ ତମ ଜନ୍ମଦିନ। ଏଥିପାଇଁ ଗତ ରାତିରୁ ହିଁ ତାଙ୍କ ବାହାରେ ଜମିଥିଲା ପ୍ରଶଂସକଙ୍କ ଭିଡ। ବିଗ୍ ବିଙ୍କୁ ତାଙ୍କ ଜନ୍ମଦିନ ଅବସରରେ ସାରା ଦେଶରୁ ଛୁଟୁଛି ଶୁଭେଚ୍ଛାର ଶୁଅ।
ନାମ ଦିନା ନାଥ ଚୌହାନ… ବିଜୟ,ବିଗ୍ ବି, ଶେହନଶା ନା ଅନେକ, ଚରିତ୍ର ବି ଅନେକ ହେଲେ ଚେହେରା ଗୋଟିଏ। ଭାରତୀୟ ସିନେମାର ମହାନାୟକ, ଶତାବ୍ବୀର ଶେହନସା, ଯାହାଙ୍କ ଗୋଟିଏ ଡାଏଲଗ୍ ଫିଲ୍ମକୁ ବ୍ଲକବଷ୍ଟର କରିଦିଏ… ସିଏ ହେଉଛନ୍ତି ଅମିତାଭ ବଚ୍ଚନ। ଚେହେରା ଯେମିତି ଅଭିନୟ ବି ସେମିତି। ଭିଡ଼ ଭିତରୁ ଚିହ୍ନି ହେଉଥିବା ବ୍ୟକ୍ତି, ସିନେମା ଭିତରେ ବାଛି ହେଉଥିବା ଅଭିନେତା। ସେଥିପାଇଁ ତ୍ ଭିଡ଼ ଭିତରେ ଛିଡ଼ା ହୋଇଥିବା ବ୍ୟକ୍ତିଙ୍କୁ ଦୂରରୁ ଦେଖି ଅଭିନୟ କରିବାକୁ ପରାମର୍ଶ ଦେଇଥିଲେ ଶଶି କପୁର।