ବଢିଲା ଟ୍ରେନ୍ ଦୁର୍ଘଟଣା ପାଇଁ କ୍ଷତିପୂରଣ ରାଶି

0

ନୂଆଦିଲ୍ଲୀ (ଆମ ଟିଭି): ଟ୍ରେନ୍ ଦୁର୍ଘଟଣା ପାଇଁ କ୍ଷତିପୂରଣ ରାଶି ୧୦ ଗୁଣ ବୃଦ୍ଧି କଲା ଭାରତୀୟ ରେଳ ବୋର୍ଡ । ଟ୍ରେନ୍ ଦୁର୍ଘଟଣାରେ ଏଣିକି କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ହେଲେ ରେଳବୋର୍ଡ ତରଫରୁ ତାଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଯୋଗାଇ ଦିଆଯିବ । ପୂର୍ବରୁ ଏହି କ୍ଷତିପୂରଣ ରାଶିର ପରିମାଣ ମାତ୍ର ୫୦ ହଜାର ଥିଲା । ଯାହାକୁ ଏବେ ବୃଦ୍ଧି କରାଯାଇଛି । ଦୁର୍ଘଟଣାରେ ଗୁରତରଙ୍କୁ ୨ ଲକ୍ଷ ୫୦ ହଜାର ଓ ସାମାନ୍ୟ ଆହତଙ୍କୁ ୫୦ ହଜାର ଟଙ୍କାର ଅନୁକମ୍ପା ରାଶି ମିଳିବ।

ଏହି ରାଶି ଶେଷ ଥର ପାଇଁ ୨୦୧୨ ଏବଂ ୨୦୧୩ରେ ସଂଶୋଧିତ ହୋଇଥିଲା। ବୋର୍ଡ କହିଛି ଯେ, ବର୍ତ୍ତମାନ ଟ୍ରେନ ଦୁର୍ଘଟଣା ଏବଂ ଅପ୍ରତ୍ୟାଶିତ ଦୁର୍ଘଟଣା ଘଟଣାରେ ସମ୍ପୃକ୍ତ ମୃତ ତଥା ଆହତ ଯାତ୍ରୀଙ୍କ ପରିବାରକୁ ଦିଆଯିବାକୁ ଥିବା ରାଶି ସଂଶୋଧନ କରିବାକୁ ନିଷ୍ପତ୍ତି ନିଆଯାଇଛି।

Leave A Reply

Your email address will not be published.