ଆତ୍ମସମର୍ପଣ କରିପାରେ ଅମୃତପାଲ ସିଂ

0

ନୂଆଦିଲ୍ଲୀ (ଆମ ଟିଭି): ପଳାତକ ଅମୃତପାଲ ସିଂଙ୍କୁ ଖୋଜିବା ପାଇଁ ପଞ୍ଜାବ ପୋଲିସ ନାକେଦମ ହୋଇସାରିଲାଣି । ଏହାରି ଭିତରେ ଏକ ଖବର ଆସୁ ଛି ଯେ, ଅମୃତପାଲ ସିଂହ ଆତ୍ମସମର୍ପଣ କରିପାରେ। ଅକାଳ ତଖତ ଜଥେଦାର ଜ୍ଞାନୀ ହରପ୍ରୀତ ସିଂହ ଆଜି ସାବୋର ଦାମଦାମା ସାହିବରେ ଏକ ସ୍ୱତନ୍ତ୍ର ବୈଠକ ଡାକିଛନ୍ତି । ଏହି ସ୍ୱତନ୍ତ୍ର ସମାବେଶରେ ଧାର୍ମିକ ପ୍ରଚାର ଓ ଜାତୀୟ ଅଧିକାରର ସୁରକ୍ଷା, ମତ ପ୍ରକାଶର ସ୍ୱାଧୀନତା, ଶିଖ୍ ଗଣମାଧ୍ୟମର ଆହ୍ୱାନ ଏବଂ ଅବଦାନ ଉପରେ ମଧ୍ୟ ଆଲୋଚନା ହେବାର ସୂଚନା ରହିଛି । ଏଥିପାଇଁ ପୁରା ପଞ୍ଜାବ ପୁଲିସ ସଜାଗ ରହିଛି । ଏଥିସହ ଗୁଇନ୍ଦା ଏଜେନ୍ସି ମଧ୍ୟ ଆଲର୍ଟ ମୋଡରେ ରହିଛି ।

ପଞ୍ଜାବ ଡିଜିପିଙ୍କ କାର୍ୟ୍ୟାଳୟ ପକ୍ଷରୁ ରାଜ୍ୟ ପୁଲିସ କାର୍ୟ୍ୟାଳୟର ଅଧିକାରୀଙ୍କୁ ପଠାଯାଇଥିବା ଏକ ଜରୁରୀ ଚିଠିରେ ସମସ୍ତ ଗେଜେଟେଡ୍, ଅଣଗେଜେଟେଡ୍ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି କୁ ଏପ୍ରିଲ ୧୪, ୨୦୨୩ ପର୍ୟ୍ୟନ୍ତ ବାତିଲ କରିବାକୁ କୁହାଯାଇଛି। ଏଥିସହ ଏପ୍ରିଲ ୧୪ ପର୍ୟ୍ୟନ୍ତ କୌଣସି ପ୍ରକାରର ନୂଆ ଛୁଟି ମଞ୍ଜୁର ନକରିବାକୁ ପୁଲିସ କାର୍ୟ୍ୟାଳୟ ମୁଖ୍ୟଙ୍କୁ କୁହାଯାଇଛି।

Leave A Reply

Your email address will not be published.