ମୃତକ ପରିବାରକୁ ଏକ କୋଟି ଟଙ୍କା ସହାୟତା ଘୋଷଣା

0

ନୂଆଦିଲ୍ଲୀ: କୃଷକଙ୍କ ଆନ୍ଦୋଳନ ମଧ୍ୟରେ ପଞ୍ଜାବର ଆମ୍ ଆଦମୀ ପାର୍ଟି (ଆପ୍) ସରକାର ଏକ ବଡ଼ ଘୋଷଣା କରିଛନ୍ତି। ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ କହିଛନ୍ତି ଯେ କୃଷକ ଆନ୍ଦୋଳନରେ ମୃତ୍ୟୁବରଣ କରିଥିବା କୃଷକ ଶୁଭକରନ ସିଂହଙ୍କ ପରିବାରକୁ ସେ ୧କୋଟି ଟଙ୍କାର କ୍ଷତିପୂରଣ ପ୍ରଦାନ କରିବେ। ଏହା ବ୍ୟତୀତ ଚାଷୀଙ୍କ ସାନ ଭଉଣୀକୁ ମଧ୍ୟ ସରକାରୀ ଚାକିରି ଦିଆଯିବ।

ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି ଯେ ପଞ୍ଜାବ ସରକାର ମୃତ କୃଷକ ଶୁଭକରନଙ୍କ ପରିବାରକୁ ୧କୋଟି ଟଙ୍କା କ୍ଷତିପୂରଣ ପ୍ରଦାନ କରିବେ। ଶୁଭକରନଙ୍କ ସାନ ଭଉଣୀକୁ ପଞ୍ଜାବ ସରକାର ଚାକିରି ଦେବା ସହ ଅପରାଧୀଙ୍କ ବିରୋଧରେ ଉପଯୁକ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Leave A Reply

Your email address will not be published.