ଭୋପାଳର ଏକ ଚାଷ ଜମିରେ ଜରୁରୀ ଅବତରଣ କଲା ସେନା ହେଲିକପ୍ଟର

0

ନୂଆଦିଲ୍ଲୀ (ଆମ ଟିଭି): ଭୋପାଳରୁ ଏକ ବଡ଼ ଖବର ଆସି ପହଞ୍ଚୁଛି । ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ରବିବାର ସକାଳେ ଏକ ସେନା ହେଲିକପ୍ଟର ଜରୁରୀ ଅବତରଣ କରିଛି। ଏଥିରେ ୬ ଜଣ ଯବାନ ଥିଲେ। ମିଳିଥିବା ସୂଚନା ମୁତାବକ, ହେଲିକପ୍ଟରରେ କିଛି ଟେକ୍ନିକାଲ୍‌ ତ୍ରୁଟି ଦେଖାଯାଇଥିଲା। ଫଳରେ ଏହାକୁ ବେରସିଆର ଡେଙ୍ଗୁରିଆ ଗାଁରେ ଥିବା ଏକ ଚାଷଜମିରେ ଜରୁରୀକାଳୀନ ଅବତରଣ କରାଇବାକୁ ପଡ଼ିଥିଲା।

ଗ୍ରାମବାସୀଙ୍କ କହିବା ଅନୁସାରେ, ଏହି ଘଟଣା ସକାଳ ୮ଟାର। ଏମରଜେନ୍ସି ଲ୍ୟାଣ୍ଡିଂ ପୂର୍ବରୁ ହେଲିକପ୍ଟରଟି ପ୍ରଥମେ ଆକାଶରେ ଚକ୍କର କାଟିଥିଲା, ଏହାପରେ ସ୍ଥାନ ଦେଖି ଚାଷଜମିରେ ଓହ୍ଲାଇଥିଲା। ସେନା ହେଲିକପ୍ଟର ଏଭଳି ଲ୍ୟାଣ୍ଡିଂ କରିବାର ଦେଖି ଘଟଣାସ୍ଥଳରେ ଗ୍ରାମବାସୀ ରୁଣ୍ଡ ହୋଇଯାଇଥିଲେ।

ଏହାପରେ ସାହାଯ୍ୟ ପାଇଁ ଅନ୍ୟ ଏକ ହେଲିକପ୍ଟର ଇଞ୍ଜିନିୟର ଏବଂ ଟେକ୍ନିକାଲ୍‌ ଟିମ୍‌ ସହିତ ଘଟଣାସ୍ଥଳରେ ପହଞ୍ଚିଥିଲା। ତେବେ ଏ ନେଇ ସେନା ପକ୍ଷରୁ କୌଣସି ପ୍ରତିକ୍ରିୟା ଦେବାକୁ ମନା କରି ଦିଆଯାଇଛି। ଏହି ହେଲିକପ୍ଟର ଭାରତୀୟ ବାୟୁସେନାର ଥିଲା, ଯାହା ଭୋପାଳରୁ ଝାନ୍‌ସୀ ଯାଉଥିଲା।

Leave A Reply

Your email address will not be published.