ଆଦାନୀଙ୍କ ପକ୍ଷରେ ବାହାରିଲେ ଆଇଏଏସ ଅଫିସର
ନୂଆଦିଲ୍ଲୀ : ଆମେରିକାର ଶର୍ଟ ସେଲର ଫାର୍ମ ହିଣ୍ଡେନବର୍ଗ ରିସର୍ଚ୍ଚ ଦେଇଥିବା ରିପୋର୍ଟ ପରେ ଆଦାନୀ ଗ୍ରୁପ୍କୁ ନେଇ ସମଗ୍ର ଦେଶରେ ତୁମ୍ବି ତୋଫାନ ପରିସ୍ଥିତି ଦେଖାଦେଇଛି। ଏହି ରିପୋର୍ଟ ପରେ ଆଦାନୀ ଗ୍ରୁପ୍ର ଶେୟାର ମୂଲ୍ୟ ହ୍ରାସ ପାଇବାରେ ଲାଗିଛି। ହିଣ୍ଡେନବର୍ଗ ରିସର୍ଚ୍ଚ ରିପୋର୍ଟକୁ ନେଇ ସଂସଦରେ ଝଡ଼ ସୃଷ୍ଟି ହୋଇଥିବା ବେଳେ ବିରୋଧୀ ବି ସରକାରଙ୍କୁ ଟାର୍ଗେଟ କରିବାକୁ ପଛାଉ ନାହାନ୍ତି । ଏପରି ସମୟରେ ଆଦାନୀଙ୍କ ସପକ୍ଷରେ ବାହାରିଛନ୍ତି ଆଇଏଏସ୍ ଅଫିସର ଶାହ ଫୈସଲ । ଫୈସଲ ବିଭିନ୍ନ ସମୟରେ ନିଜ ଖୋଲାଖୋଲି ମନ୍ତବ୍ୟ ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ଏଥର ସେ ଖୁଲମଖୁଲା ଆଦାନୀଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି।
ଫୈସଲ ଲେଖିଛନ୍ତି, ମୁଁ ଗୌତମ ଆଦାନୀଙ୍କ ସମ୍ମାନ କରୁଛି। କାରଣ ସେ ପ୍ରତିକୂଳ ପରିସ୍ଥିତି ସହ ସଂଗ୍ରାମ ଜାରି ରଖିଛନ୍ତି। ସେ ଜଣେ ମହାନ ବ୍ୟକ୍ତିତ୍ୱ, କାରଣ ଦେଶର ବିବିଧତାକୁ ସେ ଖୁବ୍ ସମ୍ମାନ କରନ୍ତି। ମୁଁ ତାଙ୍କୁ ପୁଣି ଥରେ ଶୀର୍ଷରେ ଦେଖିବାକୁ ଚାହୁଁଛି। ଏବେ ଆଦାନୀ ଓ ତାଙ୍କ ପରିବାର ଯେଉଁ ଅଗ୍ନି ପରୀକ୍ଷାର ସମ୍ମୁଖୀନ ହେଉଛନ୍ତି, ଖୁବ୍ ଶୀଘ୍ର ସେଥିରୁ ବାହରି ଆସିବେ ବୋଲି ଆଶା କରୁଛି।