ନୂଆଦିଲ୍ଲୀ(ଆମ ଟିଭି): ପୁଣି ଭୂକମ୍ପରେ ଥରିଲା ଆଣ୍ଡାମାନ୍ । ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ଭୂକମ୍ପରେ ଝଟକା। ବୁଧବାର ଅନୁଭୂତ ହୋଇଥିବା ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୧ ରେ ମାପ କରାଯାଇଛି । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ) ଏହି ସୂଚନା ଦେଇଛି।
ଏନସିଏସ କହିଛି ଯେ, ସକାଳ ୭.୫୩ରେ ଆଣ୍ଡାମାନ ଦ୍ୱୀପରେ ଭୂକମ୍ପ ଅନୁଭୂତ ହୋଇଛି। ତେବେ ଭୂକମ୍ପ ଯୋଗୁ ଏପର୍ୟ୍ୟନ୍ତ କୌଣସି ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହେବାର ଖବର ମିଳିନାହିଁ। ଭୂକମ୍ପର କେନ୍ଦ୍ରସ୍ଥଳର ଗଭୀରତା ୧୦ କିଲୋମିଟର ଥିଲା।