ପୁଣି ଆଉ ଏକ ଲଘୁଚାପ: ୬ରୁ ବଢ଼ିବ ବର୍ଷା

0

ଭୁବନେଶ୍ୱର (ଆମ ଟିଭି): ବଙ୍ଗୋପସାଗରରେ ଆଉଏକ ଲଘୁଚାପ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆଜି ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୬ ଜିଲାକୁ ପ୍ରବଳ ବର୍ଷା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି ।

ସେହି ଜିଲାଗୁଡ଼ିକ ହେଲା କେନ୍ଦୁଝର, ସୁନ୍ଦରଗଡ, ଦେବଗଡ଼, ଝାରସୁଗୁଡା, ସମ୍ବଲପୁର ଏବଂ ବରଗଡ଼। ୭୦ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ଆକଳନ କରାଯାଉଛି । ବର୍ଷା ପାଇଁ ୨୪ ଘଣ୍ଟା ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା କରାଯାଇଛି ।

ଅନ୍ୟପକ୍ଷେ ରାଜ୍ୟରେ ଶନିବାରଠାରୁ ବର୍ଷାର ପ୍ରଭାବ କମିବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର କହିଛି ।ପୁଣି ୬ ତାରିଖରୁ ବର୍ଷାର ପରିମାଣ ବଢିବ। ମହାନଦୀ ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବ । ପୁଣି ବିଭିନ୍ନ ନଦୀର ଜଳସ୍ତର ଫୁଲିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Leave A Reply

Your email address will not be published.