ପୁଣି ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କଲେ କେନ୍ଦ୍ର ମନ୍ତ୍ରୀ ଅନୁରାଗ
ନୂଆଦିଲ୍ଲୀ: ଭାରତ-ଚୀନ୍ ସୀମାନ୍ତ ବିବାଦ ପ୍ରସଙ୍ଗରେ ଦେଇଥିବା ଟିପ୍ପଣୀ ନିମନ୍ତେ ରାହୁଲ୍ ଗାନ୍ଧୀଙ୍କୁ ଆଜି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ତୀବ୍ର ସମାଲୋଚନା କରିଛନ୍ତି।
ଠାକୁର କହିଛନ୍ତି, ଡୋକ୍ଲାମ୍ ଘଟଣା ସମୟରେ ରାହୁଲ୍ ଗାନ୍ଧୀ ଚୀନା ସରକାରୀ ଅଧିକାରୀମାନଙ୍କ ସହିତ ‘ସୁପ୍’ ପିଉଥିବା ବେଳେ ଭାରତୀୟ ସେନା ଚୀନ୍ ସେନା ସହିତ ଲଢ଼େଇ କରୁଥିଲା। ଭାରତୀୟ ସେନା ‘ସର୍ଜିକାଲ୍ ଷ୍ଟ୍ରାଇକ୍’ କଲା ବେଳେ ମଧ୍ୟ ରାହୁଲ୍ ଗାନ୍ଧୀ ଆମକୁ ସନ୍ଦେହ କରିଥିଲେ। ଆମ ସେନା ଉପରେ ରାହୁଲ୍ ଗାନ୍ଧୀ ଓ କଂଗ୍ରେସର ବିଶ୍ବାସ ନାହିଁ।
ଠାକୁର ଆହୁରି ମଧ୍ୟ କହିଛନ୍ତି, ଆଜି ଭାରତରେ ୩୦୦ରୁ ଊର୍ଦ୍ଧ୍ବ ପ୍ରତିରକ୍ଷା ସାମଗ୍ରୀ ନିର୍ମାଣ କରାଯାଉଛି। ଏବେ ଭାରତ ପ୍ରତିରକ୍ଷା ଉପକରଣର ଆମଦାନିକାରୀ ନୁହେଁ, ରପ୍ତାନିକାରୀ। ଏହା ହେଉଛି ‘ଆତ୍ମନିର୍ଭର ଭାରତ’। ଡୋକ୍ଲାମ୍ ଘଟଣା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ଓ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଆମ ସେନାକୁ ଭେଟିଥିଲେ।