ପୁଣି ରାହୁଲଙ୍କ ଉପରେ ବର୍ଷିଲା ବିଜେପି

0

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜିକାଲି ଲଣ୍ଡନ ଗସ୍ତକୁ ନେଇ ଚର୍ଚ୍ଚାରେ ଅଛନ୍ତି । ବିଦେଶମାଟିରେ ସେ ଭାରତରେ ଗଣତନ୍ତ୍ର ନାହିଁ ବୋଲି କହୁଛନ୍ତି । ଏହାର ଜବାବ ଦେଇଛି ବିଜେପି । ବିଜେପିର ପାର୍ଟିର ବରିଷ୍ଠ ନେତା ରବିଶଙ୍କର ପ୍ରସାଦ ଲଣ୍ଡନ ଗସ୍ତକୁ ନେଇ ରାହୁଲ ଗାନ୍ଧିଙ୍କ ଉପରେ ବର୍ଷିଛନ୍ତି। ବିଜେପି ନେତା କହିଛନ୍ତି ଯେ, ବିଦେଶ ଯିବା ମାତ୍ରେ ଆପଣଙ୍କ ସହ କ’ଣ ହୁଏ, ସବୁ ଗଣତାନ୍ତ୍ରିକ ପରମ୍ପରା ଓ ମର୍ଯ୍ୟାଦାକୁ ଭୁଲି ଯାଉଛ ?

ରବିଶଙ୍କର କହିଛନ୍ତି, “ ରାହୁଲ ଗାନ୍ଧି କହୁଛନ୍ତି ଯେ ଭାରତରେ ଆମକୁ କହିବାକୁ ଦିଆଯାଉନାହିଁ । ଗୃହରେ ସେ ଏକ ବ୍ୟବସାୟିକ ପ୍ରତିଷ୍ଠାନ ବିରୋଧରେ ଭାଷଣ ଦେଇଥିଲେ । ଯଦି ଦେଶରେ କେହି ଶୁଣୁ ନାହାନ୍ତି, ତେବେ ବିଦେଶ ଯାଇ ଶୋକ ପ୍ରକାଶ କରନ୍ତୁ । ଲଣ୍ଡନରେ ନିଜର ଭାଷଣରେ ସେ ଗଣତନ୍ତ୍ର, ସଂସଦ, ସାର୍ବଜନୀନ ରାଜନୈତିକ ବ୍ୟବସ୍ଥାକୁ ଅପମାନିତ କରିଥିଲେ ।“

ରାହୁଲ ଗାନ୍ଧି ସଂଘକୁ ମୁସଲିମ ବଦ୍ରହୁଡ୍ ସହ ତୁଳନା କରୁଛନ୍ତି, ଏହାଠାରୁ ବଡ଼ ଦାୟିତ୍ୱହୀନତା ଆଉ କ’ଣ ହୋଇପାରେ? ଏହା ନିନ୍ଦନୀୟ। ଆରଏସଏସ ହେଉଛି ଏକ ଜାତୀୟତାବାଦୀ ଅନୁଷ୍ଠାନ । ଆମେ ସ୍ୱେଚ୍ଛାସେବୀ ବୋଲି ଗର୍ବିତ । ଆଜି ସଂଘର ଆଦର୍ଶରେ ଅନୁପ୍ରାଣିତ ହୋଇ ହଜାର ହଜାର ଲୋକ ଦେଶର ସେବା କରୁଛନ୍ତି। ଆପଣଙ୍କ ଜେଜେବାପାଙ୍କଠାରୁ ଆରମ୍ଭ କରି ରାଜୀବ ଗାନ୍ଧୀ ପର୍ଯ୍ୟନ୍ତ ଆମେ ସଂଘକୁ ସମାଲୋଚନା କରୁଥିଲୁ, କିନ୍ତୁ କଳ୍ପନା କରନ୍ତୁ, ଆଜି ବି ଏହି ଦଳ ଆଗକୁ ବଢ଼ୁଛି।

Leave A Reply

Your email address will not be published.