ପୁଣି ରାଗିଗଲେ ଏଲନ ମସ୍କ, କାହିଁକି ଜାଣନ୍ତୁ

0

ନୂଆଦିଲ୍ଲୀ: ଆପେଲ୍‌ର ଆପ୍‌ ଷ୍ଟୋର୍‌ ଓ କର ନୀତି ବିରୋଧରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି ଟ୍ବିଟର୍‌ ନୂଆ ମାଲିକ ଏଲନ ମସ୍କ। ଅପେଲ୍‌ ଟ୍ବିଟର୍‌ର ବିଜ୍ଞାପନ ବନ୍ଦ କରିବା ସହ ଆପେଲ୍‌ ଆପ୍‌ ଷ୍ଟୋର୍‌ରୁ ଟ୍ବିଟର୍ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ କମ୍ପାନି ଧମକ ଧେଇଥିବା ମସ୍କ ଅଭିଯୋଗ ଆଣିଛନ୍ତି। ସେ ଆହୁରି ବି କହିଛନ୍ତି ଯେ ୨୦୨୨ ମସିହାର ପ୍ରଥମ ୩ ମାସରେ ଟ୍ବିଟ୍‌ରର ସବୁଠାରୁ ଅଧିକ ବିଜ୍ଞାପନ କରୁଥିବା ଆପେଲ୍‌। ମାତ୍ର ‌ଏବେ ଟ୍ବିଟର୍‌ରେ ‘ଫ୍ରି ସ୍ପିଚ୍‌’ ବିରୋଧରେ ଯାଇ ଆପେଲ୍‌ ଏପରି କରିଛି। ତେବେ କମ୍ପାନି କିଛି କାରଣ ନଜଣାଇ ଏପରି ଏକ ଧମକ ଦେଇଥିବାରୁ ଟ୍ବିଟ୍‌ କରି ଅସନ୍ତୋଷ ବ୍ୟକ୍ତ କରିଛନ୍ତି ମସ୍କ।

ଏହି ଘଟଣାକୁ ନେଇ ଅନେକ ମସ୍କଙ୍କ ପ୍ରଶଂସକ ଟ୍ବିଟର୍‌ରେ ‘ଫ୍ରି ସ୍ପିଚ୍‌’ ଉପରେ ପ୍ରଚାର କରିବା ଆରମ୍ଭ କରିଛନ୍ତି। ଆପେଲ୍‌ ଏପରି କାହିଁକି କରୁଛି ବୋଲି ସ୍ପଷ୍ଟ ସୂଚନା ନଥିଲେ ବି ଟ୍ବିଟ୍‌ ଓ ମସ୍କଙ୍କ ମତାମତରୁ ଜଣାପଡୁଛି ଯେ ଟ୍ବିଟର୍‌ର ‘ଫ୍ରି ସ୍ପିଚ୍‌’ ନୀତିକୁ ନେଇ ଆପେଲ୍‌ ଏପରି ନିଷ୍ପତ୍ତି ନେଇଥାଇପାରେ।

Leave A Reply

Your email address will not be published.