ପୁଣି ଚର୍ଚ୍ଚାରେ ଗଡକରୀଙ୍କ ବୟାନ

0

ନୂଆଦିଲ୍ଲୀ: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ପ୍ରଶଂସା କରିଛନ୍ତି କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ। ବିଜେପି ଓ କେନ୍ଦ୍ର ସରକାର ସବୁବେଳେ କଂଗ୍ରେସ ଓ ଶ୍ରୀ ସିଂହଙ୍କୁ ବିଭିନ୍ନ ପ୍ରସଙ୍ଗରେ ଟାର୍ଗେଟ କରୁଥିବା ବେଳେ ଗଡ଼କରୀଙ୍କ ପ୍ରଶଂସା ଚର୍ଚ୍ଚାର ବିଷୟ ହୋଇଛି।ଦେଶର ଆର୍ଥିକ ସଂସ୍କାର ଦିଗରେ ମନମୋହନ ସିଂହ ନେଇଥିବା ପଦକ୍ଷେପ ଯୋଗୁ ଆଜି ଦେଶ ତାଙ୍କ ପାଖରେ ଋଣୀ। ଆର୍ଥିକ ସଂସ୍କାର ବଳରେ ମନମୋହନ ସିଂହ ଦେଶକୁ ନୂଆ ଦିଗ ଦେଖାଥିଲେ ବୋଲି ଗଡ଼କରୀ ସର୍ବସମ୍ମୁଖରେ କହିଛନ୍ତି।

ଏବେ ଦେଶର ଆର୍ଥିକ ସ୍ଥିତି ଭଲ ନଥିବା ବେଳେ କେନ୍ଦ୍ର ସରକାର ସମାଲୋଚନାର ଶିକାର ହେଉଛନ୍ତି। ଏପରି ସ୍ଥିତିରେ ମନମୋହନ ସିଂହଙ୍କ ଆର୍ଥିକ ସଂସ୍କାରକୁ ଗଡ଼କରୀଙ୍କ ପ୍ରଶଂସା ସମସ୍ତଙ୍କୁ ଚକିତ କରିଛି।

ଟିଆଇଓଏଲ ଆୱାର୍ଡ ୨୦୨୨ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି, ଭାରତକୁ ଗୋଟିଏ ଉଦାର ଆର୍ଥିକ ନୀତିର ଆବଶ୍ୟକ ରହିଛି। ଏହି ନୀତି ବଳରେ ଦେଶର ଗରୀବଙ୍କୁ ଲାଭ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯିବା ଦରକାର। ୧୯୯୧ ମସିହାରେ ତତ୍କାଳୀନ ଅର୍ଥମନ୍ତ୍ରୀ ମନମୋହନ ସିଂହଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଆର୍ଥିକ ସୁଧାର ବା ସଂସ୍କାର ଭାରତକୁ ଗୋଟିଏ ନୂଆ ଦିଗ ଦେଖାଇଥିଲା।

ଉକ୍ତ ଆର୍ଥିକ ସଂସ୍କାର ପାଇଁ ଆଜି ବି ଦେଶ ମନମୋହନ ସିଂହଙ୍କ ପାଖରେ ଋଣୀ। ଉଦାର ଅର୍ଥନୀତି ଯୋଗୁ ଦେଶକୁ ନୂଆ ଦିଗ ମିଳିଛି। ଏଥିପାଇଁ ଦେଶ ସବୁବେଳେ ମନମୋହନ ସିଂହଙ୍କ ପାଖରେ ଋଣୀ ରହିବ ବୋଲି ଗଡ଼କରୀ କହିଛନ୍ତି।

ଏହି ଅବସରରେ ଗଡ଼କରୀ ୯୦ ଦଶକରେ ମହାରାଷ୍ଟ୍ରର ମନ୍ତ୍ରୀ ଥିବା ବେଳେ ରାସ୍ତା କାମ ପାଇଁ ଟଙ୍କା ଯୋଗାଡ଼ କରିବା ପ୍ରସଙ୍ଗରେ ମଧ୍ୟ ମତ ରଖିଛନ୍ତି। ଗଡ଼କରୀ କହିଛନ୍ତି, ମନମୋହନ ସିଂହଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଆର୍ଥିକ ସୁଧାର ନୀତି ଯୋଗୁ ସେ ମହାରାଷ୍ଟ୍ରରେ ରାସ୍ତା ନିର୍ମାଣ ପାଇଁ ପାଣ୍ଠି ଯୋଗାଡ଼ କରିପାରିଥିଲେ। ଆର୍ଥିକ ସଂସ୍କାର ଯୋଗୁ ପାଣ୍ଠି ସଂଗ୍ରହ ସହଜ ହୋଇଥିଲା। ଉଦାର ଆର୍ଥିକ ନୀତି ଗିରବ ଓ ଚାଷୀଙ୍କମାନଙ୍କୁ ଫାଇଦା ଦେବ

Leave A Reply

Your email address will not be published.