ପୁଣି ନିରାଶ ହେଲେ ଶ୍ରଦ୍ଧାଞ୍ଜଳି, ମିଳିଲାନି ଆଗୁଆ ଜାମିନ

0

ଭୁବନେଶ୍ୱର : ବହୁ ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ପ୍ରମୁଖ ସହଯୋଗୀ କୁହାଯାଉଥିବା ଶ୍ରଦ୍ଧାଞ୍ଜଳିଙ୍କ ଅଡ଼ୁଆ ବଢ଼ିଲା। ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିବା ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ମିଳିଛି ଶକ୍ତ ଝଟକା। ହାଇକୋର୍ଟରୁ ତାଙ୍କୁ ଆଗୁଆ ଜାମିନ ମିଳି ନାହିଁ। ଫଳରେ ସମନ ଅନୁଯାୟୀ ଆସନ୍ତା ୨୪ ତାରିଖରେ ତାଙ୍କୁ କୋର୍ଟରେ ହାଜର ହେବାକୁ ପଡ଼ିବ ବୋଲି ସ୍ପଷ୍ଟ ହୋଇଛି ।

ଖଣ୍ଡଗିରି ଥାନାରେ ରୁଜୁ ହୋଇଥିବା ମାମଲାରେ ଶ୍ରଦ୍ଧାଞ୍ଜଳି ନିଜକୁ ପୀଡ଼ିତା ଦର୍ଶାଇ ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ। ମାତ୍ର ଇଡି ଦାଖଲ କରିଥିବା ଚାର୍ଜସିଟ୍‌ରେ ଶ୍ରଦ୍ଧାଞ୍ଜଳି ଅଭିଯୁକ୍ତ ଥିବାରୁ ତାଙ୍କୁ ଆଗୁଆ ଜାମିନ ଦେବାକୁ ସଫା ସଫା ମନା କରି ଦେଇଛନ୍ତି ହାଇକୋର୍ଟ ।

Leave A Reply

Your email address will not be published.