ପୁଣି ହୀରାକୁଦର ୧୬ ଗେଟ ଖୋଲ

0

ଭୁବନେଶ୍ୱର: ପୁଣି ଉପରମୁଣ୍ଡରେ ପ୍ରବଳ ବର୍ଷା ହୋଇଛି । ଫଳରେ ଗତକାଲି ହୀରାକୁଦ ଡ୍ୟାମର ୬ଟି ଗେଟ ଖୋଲା ହୋଇଥିବାବେଳେ ଶୁକଅବାର ଆଉ ୧୦ଟି ଗେଟ ଖୋଲାଯାଇଛି । ଫଳରେ ମୋଟ ୧୬ଟି ଗେଟ ଦେଇ ଡ୍ୟାମରୁ ଜଳ ନିଷ୍କାସିତ ହେଉଛି ।

ଗତ ସପ୍ତାହରେ ଲଘୁଚାପ ଯୋଗୁଁ ହୀରାକୁଦକୁ ୫ ଲକ୍ଷ କ୍ୟୁସେକ୍‌ରୁ ଉଦ୍ଧ୍ୱର୍ ପାଣି ଆସିଥିଲା । ଫଳରେ କର୍ତ୍ତୃପକ୍ଷ ଦୀର୍ଘ ମାସେ ଧରି ବନ୍ଦ ପଡ଼ିଥିବା ଗେଟ୍‌କୁ ପୁଣି ଖୋଲିଥିଲେ । ସର୍ବାଧିକ ୨୬ଟି ଗେଟ୍‌ ଖୋଲିବାକୁ ବାଧ୍ୟ ହୋଇଥିଲେ । କିନ୍ତୁ, ଉପରମୁଣ୍ଡରେ ବର୍ଷା ଛାଡ଼ିବାରୁ ପର୍ଯ୍ୟାୟକ୍ରମେ ସବୁ ଗେଟ୍‌ ବନ୍ଦ କରାଯାଇଥିଲା । ତଥାପି ହୀରାକୁଦକୁ ଲକ୍ଷାଧିକ କ୍ୟୁସେକ୍‌ ପାଣି ପ୍ରବେଶ କରୁଥିଲା। ଏହାଦ୍ୱାରା ଜଳସ୍ତର ସର୍ବୋଚ୍ଚ ସ୍ତର ଆଡକୁ ଅଗ୍ରସର ହେଉଥିଲା। ଏଭଳି ସ୍ଥିତିରେ ପୁଣି ଲଘୁଚାପ ପାଇଁ ଉପରମୁଣ୍ଡରେ ହାରାହାରି ୪୯.୩୮ ମିମି ବର୍ଷା ରେକର୍ଡ ହୋଇଛି । ଏଥିପାଇଁ ଅପରାହ୍ନ ୪ଟାରେ ୪ଟି ଏବଂ ସନ୍ଧ୍ୟାରେ ଆଉ ଦୁଇଟି କରି ମୋଟ୍‌ ୬ଟି ଗେଟ୍‌ ଖୋଲା ହୋଇଥିଲା।

Leave A Reply

Your email address will not be published.