ନୂଆଦିଲ୍ଲୀ (ଆମ ଟିଭି): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ସୁକୁମା ଜିଲ୍ଲାରେ ପୁଣି ପୋଲିସ-ମାଓବାଦୀଙ୍କ ମଧ୍ୟରେ ବଡ଼ ଧରଣର ଗୁଳିବିନିମୟ ଦେଖିବାକୁ ମିଳିଛି। ଏଥିଲେ ପୋଲିସର ଏନକାଉଣ୍ଟରରେ ଦୁଇ ହାର୍ଡ କର ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛା । ଊଜଏ ଏବଂ ଉଜଚୠ ଯବାନଙ୍କ ମିଳିତ ଅପରେସନ ବେଳେ ପୋଲିସକୁ ମିଳିଛି ଏହି ସଫଳତା ମିଳିଛି।
ସୂଚନାଯୋଗ୍ୟ, ଚିନ୍ତାଗୁଫା ଜଙ୍ଗଲରେ ସୁରକ୍ଷା କର୍ମୀଙ୍କ କୁମ୍ବିଙ୍ଗ ଅପରେସନ ବେଳେ ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲେ। ଫଳରେ ଉଭୟ ପକ୍ଷଙ୍କ ଗୁଳିବିନିମୟରେ ଦୁଇ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ହେଲେ ଅଳ୍ପକେ ବର୍ତ୍ତିଗଲେ ଅନେକ ଟପ କ୍ୟାଡର ମାଓବାଦୀ। ଘଟଣା ସ୍ଥଳରୁ ଦୁଇଟି ବନ୍ଧୁକ ସହ ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ଜବତ କରିଛି ପୋଲିସ। ମୃତ ମାଓବାଦୀଙ୍କ ନାଁ ରେ ଜଣକ ପିଛା ଏକ ଲକ୍ଷ୍ୟ ଟଙ୍କା ଲେଖାଏଁ ପୁରସ୍କାର ରହିଥିଲା। ଅନେକ ମାଓ ହିଂସାକାଣ୍ ରେ ଜଡ଼ିତ ଥିଲେ ମୃତ ମାଓବାଦୀ। ଏବେବି ଆଉ କିଛି ମାଓବାଦୀ ମୃତାହତ ହୋଇଥିବା ଆଶଙ୍କ ରେ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରଖିଛି।