ପୁଣି ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

0

ଭୁବନେଶ୍ୱର (ଆମ ଟିଭି):  ୩ଦିନିଆ ଓଡ଼ିଶା ଗସ୍ତ ପରେ ଆଜି ପୁଣି ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବାୟୁସେନାର ସ୍ୱତନ୍ତ୍ର ବିମାନରେ ସନ୍ଧ୍ୟା ୬ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଂଚିବେ ମହାମହିମ । ଏହାପରେ କଡା ସୁରକ୍ଷା ବଳୟରେ ରାଜଭବନ ଯାଇ ସେଠାରେ ରାତ୍ରୀ ଯାପନ କରିବେ । ଆସନ୍ତାକାଲି ସକାଳେ ବାୟୁସେନାର ସ୍ୱତନ୍ତ୍ର ହେଲିକ୍ୟାପ୍ଟରରେ ପାରାଦୀପ ଯିବା କାର୍ଯ୍ୟକ୍ରମ ରହିଛି ।

ପାରାଦୀପ ବନ୍ଦରରେ ବୋଇତ ବନ୍ଧାଣ କାର୍ଯ୍ୟକ୍ରମ ଉଦଘାଟନ କରିବେ । ପାରାଦୀପରୁ ଅପରାହ୍ଣରେ ଭୁବନେଶ୍ୱର ଆସି ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ସୂଚୀ ରହିଛି । ମହାମହିମଙ୍କ ଗସ୍ତକୁ ନେଇ ସଜେଇ ହେଉଛି ବନ୍ଦର ନଗରୀ । ରାସ୍ତା ଘାଟ ପୁରା ଚକଚକ୍ । କାନ୍ଥବାଡରେ ଶୋଭାପାଇଲାଣି ରଙ୍ଗବେରଙ୍ଗର ଚିତ୍ର । ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବା ପାଇଁ ସାଧାରଣ ଜନତାଙ୍କ ଠାରୁ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

Leave A Reply

Your email address will not be published.