ପୁଣି ରୋହିତଙ୍କୁ ଦାୟିତ୍ଵ ଦେଲା ବିଜେଡି

0

ଭୁବନେଶ୍ବର: ୩ ନେତାଙ୍କୁ ଗୁରୁ ଦାୟିତ୍ବ । ୨ ନେତାଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ । ୩ଜଣ ନେତାଙ୍କୁ ବିଜେଡି ସୁପ୍ରିମୋ ଗୁରୁ ଦାୟିତ୍ବ ଦେଇଛନ୍ତି । ସିଦ୍ଧାର୍ଥ ଦାସଙ୍କୁ ବିଜେଡିର ରାଜ୍ୟ ସାଧାରଣ ସଂପାଦକ ଭାବେ ନିଯୁକ୍ତି ଦିଆଯାଇଛି । ରୋହିତ ପୂଜାରୀ ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି। ମାନସ ମାଡକାମୀଙ୍କୁ ମାଲକାନଗିରି ଜିଲ୍ଲା ବିଜେଡି ସଭାପତି ଭାବେ ନିଯୁକ୍ତ କରିଛନ୍ତି ଦଳ ସୁପ୍ରିମୋ।

ଏଣେ ଦଳ ବିରୋଧୀ କାର୍ୟ୍ୟକଳାପ ପାଇଁ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସଂପାଦକ ପଦରୁ ରବିନ୍ଦ୍ର ପ୍ରଧାନଙ୍କୁ ଦଳରୁ ସସପେଣ୍ଡ୍ କରାଯାଇଛି । ସେହିପରି ପ୍ରକାଶ ପାଶୱାନଙ୍କୁ ବିଜୁ ଯୁବ ଜନତା ଦଳର ରାଜ୍ୟ ସମ୍ପାଦକ ପଦରୁ ହଟାଇ ଦେଇଛନ୍ତି ବିଜେଡି ସୁପ୍ରିମୋ।

Leave A Reply

Your email address will not be published.