ପୁଣି ୟୁକେନକୁ ପରମାଣୁ ଧମକ ଦେଲା ଋଷ
ନୂଆଦିଲ୍ଲୀ (ଆମ ଟିଭି): ଜାରି ରହିଛି ଋଷ-ୟୁକ୍ରେନ୍ ଯୁଦ୍ଧ । ଏବେ ବି ଘମାଘୋଟ ଲଢ଼େଇ ଚାଲିଛି । କେତେବେଳେ ପ୍ରଚଣ୍ଡ ଆକ୍ରମଣ କରି ଋଷ ସେନା ୟୁକ୍ରେନ ଅଞ୍ଚଳ ଦଖଲ କରିନେଉଛନ୍ତି, ପୁଣି କେତେବେଳେ ୟୁକ୍ରେନ ସେନା ଏହି ଅଞ୍ଚଳକୁ ପୁଟିନ୍ ସେନା ହାତରୁ ଛଡ଼ାଇ ଆଣୁଛନ୍ତି । ହେଲେ ଯୁଦ୍ଧ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି ।
ନିକଟରେ ଖବର ପ୍ରକାଶ ପାଇଥିଲା ଯେ, କ୍ରିମିଆକୁ ଋଷ ଠାରୁ ଛଡ଼ାଇ ଆଣିବାକୁ ଯୋଜନା ପ୍ରସ୍ତୁତ କରିଛି ୟୁକ୍ରେନ, ଆଉ ଏଥିପାଇଁ ୟୁକ୍ରେନକୁ ଅଧିକ ମାରାତ୍ମକ ଓ ଘାତକ ଅସ୍ତ୍ର ଯୋଗାଇଦେବାକୁ ଆମେରିକା ଓ ନାଟୋ ଦେଶମାନେ ପ୍ରତିଶ୍ରୁତି ଦେଇଥିବା କୁହାଯାଉଛି । ସେପଟେ ଋଷ ମଧ୍ୟ କଡ଼ା ଚେତାବନୀ ଦେଇଛି । ଆବଶ୍ୟକ ପଡ଼ିଲେ ପରମାଣୁ ଅସ୍ତ୍ର ପ୍ରୟୋଗ କରିବାକୁ ଋଷ ପଛାଇବ ନାହିଁ ବୋଲି ପୁଟିନଙ୍କ ଘନିଷ୍ଠ ସହଯୋଗୀ ତଥା ପୂର୍ବତନ ରାଷ୍ଟ୍ରପତି ଦିମିତ୍ରି ମେଦଭେଦଭ୍ ।