ପୁଣି ଆରମ୍ଭ ହେଲା ହମାସ ଓ ଇସ୍ରାଏଲ

0

ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧବିରାମ ଚୁକ୍ତି ଶେଷ ହେବା ସହିତ ପୁଣିଥରେ ଆରମ୍ଭ ହୋଇଛି ଯୁଦ୍ଧ। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଇସ୍ରାଏଲ୍ ସେନା ଏହା ନିଶ୍ଚିତ କରିଛି। ସୂଚନାଯୋଗ୍ୟ, ସାତ ଦିନ ଧରି ଚାଲିଥିବା ଏହି ଚୁକ୍ତିରେ ହମାସ ଗୁରୁବାର ସୁଦ୍ଧା ଇସ୍ରାଏଲର ୧୧୦ ଜଣ ବନ୍ଧକଙ୍କୁ ମୁକ୍ତ କରିଛି। ଏହି ଚୁକ୍ତି ଶୁକ୍ରବାର ସମାପ୍ତ ହୋଇଛି।

ଇସ୍ରାଏଲ୍ ସେନା ଏକ ବୟାନରେ କହିଛି ଯେ ସେମାନେ ଗାଜା ଅଞ୍ଚଳରେ ପୁଣିଥରେ ହମାସ ବିରୋଧରେ ଲଢ଼େଇ ଆରମ୍ଭ କରିଛନ୍ତି। ସେନା ଦାବି କରିଛି, ହମାସ୍‌ ଇସ୍ରାଏଲ ଅଞ୍ଚଳରେ ପ୍ରଥମେ ଗୁଳି ଚଳାଇ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ସେପଟେ ଇସ୍ରାଏଲ ଗାଜାରୁ ଛଡ଼ାଯାଇଥିବା ଏକ ରକେଟକୁ ବି ଖସାଇ ଦେଇଛି। ଆଶା କରାଯାଉଥିଲା କି, ଯୁଦ୍ଧବିରାମ ଆଗକୁ ମଧ୍ୟ ବଢ଼ିପାରେ। କିନ୍ତୁ ଏହା ହୋଇପାରିଲା ନାହିଁ।

Leave A Reply

Your email address will not be published.